ଆଜିଠୁ ମିଳିବ ମାଟ୍ରିକ୍‌ ପରୀକ୍ଷା ଆଡମିଟ କାର୍ଡ, ପୂର୍ବାହ୍ନ ୧୦ଟାରୁ ଅନଲାଇନରେ ଉପଲବ୍ଧ ହେବ

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ମିଳିବ ମାଟ୍ରିକ୍‌ ପରୀକ୍ଷା ଆଡମିଟ କାର୍ଡ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍‌ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ଆଡମିଟ କାର୍ଡ ବୋର୍ଡ ୱେବସାଇଟ୍‌ରେ ଉପଲବ୍ଧ ହେବ। ସେହିପରି ମଧ୍ୟମା ଓ SOSC- ୨୦୨୨ ପାଇଁ ମଧ୍ୟ ଆଡମିଟ୍‌ କାର୍ଡ ମିଳିବ। ପୂର୍ବାହ୍ନ ୧୦ଟାରୁ ଅନଲାଇନରେ ଉପଲବ୍ଧ ହେବ ଆଡମିଟ୍‌ କାର୍ଡ । ବୋର୍ଡ ୱେବସାଇଟ www.bseodisha.ac.inରୁ ଆଡମିଟ କାର୍ଡ ଡାଉନଲୋଡ କରିହେବ ।

ସ୍କୁଲ କୋଡ୍‌ ଓ ପାସୱାର୍ଡ ଜରିଆରେ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ ସ୍କୁଲ୍‌ କର୍ତ୍ତୃପକ୍ଷ । ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ୱେବସାଇଟ୍‌ରୁ ଉପଲବ୍ଧ ଏହି ଆଡମିଟ କାର୍ଡରେ ବିଦ୍ୟାଳୟର ମୁଖ୍ୟ ଦସ୍ତଖତ କରିବେ ବୋଲି କୁହାଯାଇଛି। ଏପ୍ରିଲ ୨୯ରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ୍‌ ଆସେସସମେଣ୍ଟ-୨ ପରୀକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.