ମାଟ୍ରିକ ପରୀକ୍ଷା: ସାହିତ୍ୟ, ଇଂରାଜୀ ପରେ ଆଜି ଗଣିତ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

ଆଜି ମାଟ୍ରିକ ପରୀକ୍ଷାର ଗୁରୁତ୍ୱପୂର୍ଣ୍ଣ ବିଷୟରେ ପରୀକ୍ଷା । ସାହିତ୍ୟ, ଇଂରାଜୀ ପରେ ଗଣିତ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୪୫ରେ ଶେଷ ହେବ । ପରିତର୍ଷ ପରି ଗଣିତ ପାଇଁ ଛାତ୍ରଛାତ୍ରୀଙ୍କୁ ୧୫ ମିନିଟର ଅଧିକ ସମୟ ଦିଆଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆଜି ମାଟ୍ରିକ ପରୀକ୍ଷାର ଗୁରୁତ୍ୱପୂର୍ଣ୍ଣ ବିଷୟରେ ପରୀକ୍ଷା । ସାହିତ୍ୟ, ଇଂରାଜୀ ପରେ ଗଣିତ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୪୫ରେ ଶେଷ ହେବ । ପରିତର୍ଷ ପରି ଗଣିତ ପାଇଁ ଛାତ୍ରଛାତ୍ରୀଙ୍କୁ ୧୫ ମିନିଟର ଅଧିକ ସମୟ ଦିଆଯାଇଛି ।

କପି ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ଗତ ୨୦ ତାରିଖରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୪୭୯ ଛାତ୍ରଛାତ୍ରୀ ୩୦୪୭ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ।