ଅନାସ୍ଥା ଭୋଟରେ ହାରିଲେ ପୌରାଧ୍ୟକ୍ଷା

କନ୍ଧମାଳ : ଅନାସ୍ଥା ଭୋଟରେ ହାରିଲେ ପୌରାଧ୍ୟକ୍ଷା ।  ଫୁଲବାଣୀ ପୌରାଧ୍ୟକ୍ଷା ବିଜେପିର ସ୍ମିତାରାଣୀ ମହାନ୍ତି ଅନାସ୍ଥା ଭୋଟରେ ହାରିଛନ୍ତି ।  ମୋଟ ୧୩ କାଉନସିଲ୍ ରଙ୍କ ମଧ୍ୟରୁ ୧୧ ଜଣ ଭୋଟ ଦେଇଥିଲେ । ପ୍ରସ୍ତାବ ସପକ୍ଷରେ ୧୦ ଭୋଟ ଯାଇଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିଲା । ଅର୍ଥାତ ସ୍ମିତାରାଣୀଙ୍କ ବିରୋଧରେ ୧୦ଟି ଭୋଟ ଯାଇଥିଲା । ପୌରାଧ୍ୟକ୍ଷାଙ୍କ କାର୍ଯ୍ୟକଳାପ, ଅନିୟମିତତା, ୱାର୍ଡ ପ୍ରତି ପକ୍ଷପାତିତା ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଅନାସ୍ଥା ପାଇଁ ଲିଖିତ ଭାବେ ଜଣାଇଥିଲେ କାଉନସିଲର  । ଅଭିଯୋଗକୁ ଭିତ୍ତିକରି ଜିଲ୍ଲାପାଳ ଅନାସ୍ଥା କରିବାକୁ ଚିଠି ଦେଇଥିଲେ  ।