ଏଥର ଭୁବନେଶ୍ବର ଓ ବ୍ରହ୍ମପୁରରେ ହେବେ ମହିଳା ମେୟର, ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ରହିପାରେ ସଂରକ୍ଷିତ 

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିପାରେ । ସେହିପରି କଟକ ମହାନଗର ନିଗମ ମେୟର ପଦ ଅଣ-ସଂରକ୍ଷିତ ରହିପାରେ । ଗୃହ ଓ ନଗର ଉନୟନ୍ନ ବିଭାଗ ପକ୍ଷରୁ ଏନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ପୌର ନିର୍ବାଚନ ହୋଇପାରେ ।

ସୂଚନା ଅନୁଯାୟୀ, ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜଧାନୀ ଭୁବନେଶ୍ୱରର ମହାନଗର ନିଗମ (ବିଏମ୍‌ସି) ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି । ସେହିପରି କଟକ ମହାନଗର ନିଗର ନିଗମ (ସିଏମ୍‌ସି) ମେୟର ପଦବୀ ଅଣସଂରକ୍ଷିତ ରଖାଯାଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି । ଏହି ସବୁ ନଗର ନିଗମର ମେୟର ସଂରକ୍ଷଣରେ ଯଦି କାହାର ଆପତି ବା ଅଭିଯୋଗ ଥିଲେ୧୫ ଦିନ ଭିତରେ ଜଣାଇବାକୁ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.