ଜଳଚକ୍ରି କରି ରାତାରାତି ଚର୍ଚ୍ଚିତ ହେଲେ ମୟୁରଭଞ୍ଜ ବଡାମତଳିଆର ମହୁର ଟିପିରିଆ, ପୁରସ୍କୃତ କରିବା ପାଇଁ ଘୋଷଣା କଲେ ଉପଜିଲ୍ଲାପାଳ

କରଞ୍ଜିଆ: ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ । ଖାଲି ଜଣେ ପାଠ ପଢିଲେ ଯେ କିଛି କରି ଦେଖାଇବ ତାହା ନୁହେଁ । ନିଜ ଭିତରେ ସେତିକି ଆତ୍ମବିଶ୍ବାସ ଥିବା ନିହାତୀ ଆବଶ୍ଯବ। ଏମିତି ଏକ ବ୍ଯକ୍ତି ବିଶେଷଙ୍କ ବିଷୟରେ ଆପଣଙ୍କୁ ଆମେ ଜଣାଇଥିଲୁ ।  ସେ ଦ୍ଵିତୀୟ ଶେଣୀ ପାଠ ପଢ଼ିଛନ୍ତି କିନ୍ତୁ ବଡ଼ ବଡ଼ ଇଂଜିନିୟର ଯେଉଁ କାମ କରିପାରିବେ ନାହିଁ ସେ ସେହି କାମ କରି ଉଦାହାରଣ ସୃଷ୍ଟି କରିଛନ୍ତି । କିଛି ବାଉଁଶ, କିଛି ପଟା, କିଛି ଛଡ଼ ଆଉ ଅଦରକାରୀ ପାଣି ବତଲକୁ ନେଇ ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ କରିଛନ୍ତି ଜଳ ଚକ୍ରି । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅନ୍ତର୍ଗତ ବଡାମତଳିଆର ମହୁର ଟିପିରିଆ ।

jalaଗରିବ ଶ୍ରେଣୀର ଚାଷୀ ହେଲେ ମଧ୍ୟ ସେ କେବେ ହାର ମାନି ନାହାନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ରେ ଚାଷ ଜମିକୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ । ସେ ବାଧ୍ୟ ହେଇ ଜଳ ଚକ୍ର ନିର୍ମାଣ କରିଥିଲେ । ସେ ନିଜେ ଚାଷ କରିବା ସହିତ ତାଙ୍କ ଗାଁର ମହିଳା ଓ ପୁରୁଷ ମାନେ ମଧ୍ୟ ଚାଷ କରୁଛନ୍ତି ।

କଣ୍ଟାଖଇରୀ ନଦୀର ପାଣିକୁ ଏକ ସ୍ଥାନରେ ବନ୍ଧ ବାନ୍ଧି ଛାଡିଛନ୍ତି । ସେହି ସ୍ଥାନରେ ପାଣି ଉଠି ଦୂର ଜାଗାକୁ ବାଉଁଶ ସାହାଯ୍ୟରେ ନେଇ ଚାଷ କରୁଛନ୍ତି । ନିଜର ଇଚ୍ଛା ଶକ୍ତିବଳ ଓ ବୁଦ୍ଧି ଯୋଗୁଁ ଅଳ୍ପ ପଇସାରେ ବେସ ଲାଭବାନ ହେଉଛନ୍ତି ଶୁକୃଳି ବ୍ଲକ ଅନ୍ତର୍ଗତ ବଡ଼ମତଳିଆ ଗାଁର ମହିଳା ଓ ପୁରୁଷ ମାନେ । ମହୁର ଟିପିରିଆ ନିଜେ ରୋଜକାର କରିବା ସହିତ ଅନ୍ୟମାନଙ୍କ ପାଇଁ ବି ରୋଜକାର କରାଯାଇଛନ୍ତି । ଏଥିରେ ତିନି ଏକର ଜମିରେ ବାଇଗଣ , ବିଲାତି, କୁଭି,ଲଙ୍କା, ଆଳୁ, ଗହମ, ଧାନ ପ୍ରଭୁତି ଚାଷ କରୁଛନ୍ତି । ନଦୀର ପାଣି କୁ କେମିତି ଚାଷ ଉପଯୋଗୀ କରିଛନ୍ତି ତାହା ଦେଖିବାକୁ ବିଭିନ୍ନ ସ୍ଥାନରୁ ଲେକମାନଙ୍କ ସୁଅ ଛୁଟିଛି ।

jala chakri picତେବେ ଏହି ଜଳଚକ୍ର ତିଆରି କରିବାକୁ ତାଙ୍କୁ ଲାଗିଥିଲା ମାସେ ସମୟ । ଜଳଚକ୍ର ପାଇଁ ବିନା ପଇସାରେ ୨୪ ଘଣ୍ଟା ପାଣି ମିଳିପାରୁଛି । ଏହି ଖବର କେ ନ୍ଯୁଜରେ ପ୍ରଥମେ ପ୍ରସାରିତହେବା ପରେ ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଫିସ ପହଁଚି ମହୁର ଟିପିରିଆଙ୍କୁ ପୁରସ୍କୃତ କରିବା ପାଇଁ ଘୋଷଣା କରିଛନ୍ତି । ଜଳଚକ୍ରି ତିଆରି କରି ୨୦୨୦ ର ଚର୍ଚ୍ଚିତ ଚାଷୀ ହୋଇ ଯାଇଛନ୍ତି ମହୁର ଟିପିରିଆ । ମହୁର ତିଆରି କରିଥିବା ଜଳଚକ୍ରିକୁ ଅନ୍ୟ ଚାଷୀ ମାନଙ୍କୁ ଦେଖାଯିବ। ସେ ଯେମିତି ଅଳ୍ପ ଖର୍ଚ୍ଚରେ ତଳ ସ୍ଥାନରୁ ଉପର ସ୍ଥାନକୁ ପାଣି ଉଠାଇ ପାରୁଛନ୍ତି ସେମିତି ଅନ୍ୟ ଚାଷୀମାନେ ପାଣି ଉଠାଇ ପାରିବେ ବୋଲି ବିଶ୍ୱାସ ରଖିଛି ପ୍ରଶାସନ ।

Leave A Reply

Your email address will not be published.