ମୟୂରଭଞ୍ଜ ପାନପୋଷି ହାତୀ ମୃତ୍ୟୁ ଘଟଣା, କାର୍ଯ୍ଯରେ ଅବହେଳା ପାଇଁ ବିଦ୍ୟୁତ ବିଭାଗ ଜେଇ ସସପେଣ୍ଡ

ମୟୂରଭଞ୍ଜ(କେନ୍ଯୁଜ୍) : ମୟୂରଭଞ୍ଜର ଦେଉଳି ପେଞ୍ଚ ପାନପୋଷି ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ଯାନୁଷ୍ଠାନ । କାର୍ଯ୍ଯରେ ଅବହେଳା ପାଇଁ ବିଦ୍ୟୁତ ବିଭାଗ ଜେଇ ପଦ୍ମଲୋଚନା ଜେନାଙ୍କୁ ସସପେଣ୍ଡ କରାଯାଇଛି । ବୁଧବାର ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିଲା । ମୃତ ହାତୀର ବୟସ ୧୫ରୁ ୧୬ ବର୍ଷ ହେବ । ପାନପୋଷି ଗାଁ ନିକଟକୁ ଫସଲ ଖାଇବାକୁ ହାତୀ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା । ପୂର୍ବରୁ ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଅନୁଗୁଳ ଜିଲ୍ଲା ହଣ୍ଡପାରେ ବିଦ୍ୟୁତ ତାର ଲାଗି ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା ।