ରାଜ୍ୟ

ପାରମ୍ପରିକ ପର୍ବ କରମା ପୂଜାରେ ଉତ୍ସବ ମୁଖର ହୋଇପଡ଼ିଛି ସାରା ମୟୁରଭଞ୍ଜ ଜିଲ୍ଲା, ମନସ୍କାମନା ପୂର୍ଣ୍ଣ ପାଇଁ ଆସିଛନ୍ତି ଅନେକ ଶ୍ରଦ୍ଧାଳୁ

କରମା ପୂଜା ମୟୁରଭଞ୍ଜ ଜିଲ୍ଲାର ଏକ ପ୍ରମୁଖ ପର୍ବ। ଗଣେଶ ପୂଜା ପରେ ଏହି ପୂଜାକୁ ପାଳନ କରାଯାଏ। ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ହୋଇପଡ଼ିଛି ଉତ୍ସବ ମୁଖର। ଧୂମଧାମରେ ପାଳିତ ହୋଇଛି କରମ ପୂଜା। କୁଡୁମି ସମ୍ପ୍ରଦାୟର ଲୋକ କରମା ପୂଜା ମାଧ୍ୟମରେ ନିଜ କଳା ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ଚେଷ୍ଟା କରିଥିବାର ଦେଖିବାକୁ ମିଳିଛି।

ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି । ମୁଣ୍ଡା ,ବାଥୁଡି, ଭୁଆଁ, ସାଉନ୍ତି, ଲେଧା, କୋହଳ,ସାନ୍ତାଳି ଙ୍କ ସହ କୁଡୁମୀ ସମ୍ପ୍ରଦାୟର ଲୋକମାନେ ଏଠାରେ ବସବାସ କରନ୍ତି। ତେବେ କୁଡୁମୀ ସମ୍ପ୍ରଦାୟ ଲୋକମାନଙ୍କ ପରମ୍ପରା ସଂସ୍କୃତି ନିଆରା । ଭାଦ୍ରବ ମାସ ଏକାଦଶୀ ଦିନ ସନ୍ଧ୍ୟା ସମୟରେ କୁଡିମି ସମ୍ପ୍ରଦାୟର ଲୋକମାନେ କରମା ଗଛକୁ ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହିତ ବାଜା ବଜାଇ ନୃତ୍ୟ ପରିବେଷଣ କରି କରମା ଡାଳ କୁ ଘରକୁ ଆଣିଥାନ୍ତି । ଏଠାରେ ମୂର୍ତ୍ତି ବଦଳରେ ଡାଳକୁ ପୂଜାର୍ଚ୍ଚନା କରାଯାଇଥାଏ।

ଘର ସମ୍ମୁଖରେ କରମା ଡାଳ ପୂଜାର୍ଚ୍ଚନା କରିବା ପରେ ଏକ ବେଦୀରେ କରମା ଡାଳ ସ୍ଥାପନ କରିଥାନ୍ତି । ସେଠାରେ କିଛି ସମୟ ପୂଜାର୍ଚ୍ଚନା କରାଯିବା ସହିତ ଭୋଗ ଲାଗିଥାଏ । ଛୁଆରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ନିଜର ମନସ୍କାମନା ପାଇଁ ପୂଜା କରିଥାନ୍ତି ।

ପରମ୍ପରାକୁ ଦେଖିଲେ କରମା ବୋଲି ଜଣେ ରାଜା ଥିଲେ ତାଙ୍କୁ କୁଡୁମି ସମ୍ପ୍ରଦାୟର ଲେକମାନେ ପୂର୍ବ ପୁରୁଷ ପ୍ରଥା ଅନୁଯାୟୀ ପୂଜାର୍ଚ୍ଚନା କରି ଆସୁଛନ୍ତି । ଏହି ପୂଜାକୁ ନେଇ ଏକ ସୁନ୍ଦର କିମ୍ବଦନ୍ତୀ ଅଛି । ଶ୍ରୀବତ୍ସ ବୋଲି ଜଣେ ରାଜା ଥିଲେ । ତାଙ୍କ ଦୁଇ ପୁଅ ଜଣେ ଚାଷ କାର୍ଯ୍ୟ କରୁଥିଲେ ଆଉ ଜଣେ ବାଣିଜ୍ୟ । ଯିଏ ଚାଷ କାର୍ଯ୍ୟ କରୁଥିଲେ ସେ କରମା ରାଜାଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ବାଣିଜ୍ୟ କରୁଥିବା ପୁଅ ସେହି ସମୟରେ କରମାଙ୍କୁ ଡାକିଥିଲେ। । ସେ ପୂଜାରେ ବ୍ୟସ୍ତ ଥିବାରୁ ଶୁଣି ନଥିଲେ । ବାଣିଜ୍ୟ କରୁଥିବା ପୁଅ ରାଗିଯାଇ କରମା ଠାକୁରଙ୍କୁ ଫିଙ୍ଗି ଦେଇଥିଲେ । ଯାହା ଫଳରେ କିଛି ଦିନ ମଧ୍ୟରେ ଏହିକାରଣରୁ ବାଣିଜ୍ୟ କାରବାର କରୁଥିବା ପୁଅ ଅନେକ ଦୁର୍ଦ୍ଦଶା ଦେଇ ଗତି କଲେ । ଏମିତି କି ଖାଇବା କୁ ମଧ୍ୟ ପାଇଲେ ନାହିଁ ।

ପୁନର୍ବାର ଆଉ ଥରେ କରମା ରାଜାଙ୍କୁ ପୂଜାର୍ଚ୍ଚନା କରିବା ପରେ ପୁଣି ତାଙ୍କର ସମ୍ପତ୍ତି ଫେରି ପାଇଥିଲେ । ସେହି ଦିନ ଠାରୁ କରମା ପୂଜା ଧୁମ ଧାମରେ ପାଳନ କରି ଆସୁଛନ୍ତି । ପୂଜାର୍ଚ୍ଚନା ସରିବା ପରେ ପାରମ୍ପରିକ ଗୀତ ଗାଇ ଝିଅ ଓ ମହିଳା ମାନେ ନୃତ୍ୟ ପରିବେଷଣ କରିଥାନ୍ତି । କୁଡୁମି ସମ୍ପ୍ରଦାୟର ଲେକମାନେ ୧୨ ମାସରେ ୧୩ ପର୍ବ ପାଳନ କରିଥାନ୍ତି । ଯାହା ମଧ୍ୟରେ କରମା ପୂଜା ହେଉଛି ଅନ୍ୟତମ। ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କରମା ପୂଜା ହେଉଥିବା ବେଳେ ଏବେ ବିଭିନ୍ନ ସମ୍ପ୍ରଦାୟ ଲୋକମାନେ ବି ପୂଜାର୍ଚ୍ଚନା କରୁଛନ୍ତି।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago