ଜାଡ଼ରେ ଥରୁଛି ମୟୁରଭଞ୍ଜ , ୧ ଡିଗ୍ରୀ କୁ ଖସିଲା ପାରଦ
![winter](https://knewsodisha.com/wp-content/uploads/2020/11/winter.jpg)
ମୟୁରଭଞ୍ଜ : ଜାଡ଼ରେ ଥରୁଛି ମୟୁରଭଞ୍ଜ , ୧ ଡିଗ୍ରୀ କୁ ଖସିଲା ପାରଦ । ଓଡ଼ିଶାର ଜମ୍ମୁ-କାଶ୍ମୀର ପାଲଟିଲା ଶିମିଳିପାଳ ଅଭୟାରଣ୍ୟ । ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରବଳ ଥଣ୍ଡା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଇଛି ।
ଉପର ବାରାକାମୁଡାରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଛି । ଧଳା ଚାଦରର ଆସ୍ତରଣ ଘୋଡାଇ ହୋଇ ରହିଛି । ହାଡ଼ଭଙ୍ଗା ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସି ରହୁଛନ୍ତି ।