ନାବାଳିକାକୁ ଦୁଷ୍କର୍ମ କରି ପୋଡି ମାରିଦେବା ଘଟଣା : ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ମୟୂରଭଞ୍ଜ: ନାବାଳିକାକୁ ଦୁଷ୍କର୍ମ କରି ପୋଡି ମାରିଦେବା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ସନ୍ତୋଷ କୁମାର ନାୟକ ରାୟ ଶୁଣାଇଛନ୍ତି । ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି । ଏଥିସହ ପ୍ରତ୍ୟେକଙ୍କୁ ୧୫ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ରହିଛି । ଜରିମାନା ଅନାଦେୟ ଅଧିକ ୩ ବର୍ଷ ଅତିରିକ୍ତ ଜେଲଦଣ୍ଡ ନେଇ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଦୋଳିପଡା ଗାଁରେ ଚକ୍ରଧର ନାୟକ ଭିଏଲଡବ୍ଲୁ ଓ ଅନିମା ବଳ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସେହି ସ୍କୁଲରେ ନାବାଳିକା ଜଣକ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲେ । ତେବେ ନାବାଳିକାଙ୍କୁ ପାଠ ପଠାଇବେ ବୋଲି କହି ଉଭୟ ଘର କାମରେ ଲଗାଉଥିଲେ । ନାବାଳିକା ଜଣକ ଅଭିଯୁକ୍ତ ଘରକୁ ଯାଇଥିବା ବେଳେ ତାଙ୍କ ଘରେ ରହୁଥିବା ସମ୍ପର୍କୀୟ ଚିନ୍ତାମଣି ବିଶ୍ୱାଳ ସୁଯୋଗ ପାଇ ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଘଟଣା ବାବଦରେ ଘର ଲୋକେ ଜାଣିବା ପରେ ନାବାଳିକାକୁ ଘରେ ନିଆଁ ଲଗାଇ ପୋଡି ମାରି ଦେଇଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକଙ୍କ ସନ୍ଦେହ ହେବାରୁ ଥାନାରେ ମାମଲା ରୁଜୁ କରିଥିଲେ। ସମସ୍ତ ସାକ୍ଷୀଙ୍କ ବୟାନ, ନଥିପତ୍ର ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ରାୟ ଶୁଣାଇଛନ୍ତି କୋର୍ଟ । ଏଥିସହ ପିଡିତାଙ୍କୁ ୪ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

You might also like