ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ, ୯ ଡିଗ୍ରୀକୁ ଖସିଲା ପାରଦ
କରଞ୍ଜିଆ: ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ । ଆଜି ମୟୁରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ କୁ ଖସିଛି । କିଛି ଦିନ ହେଲାଣି ଶିମିଳିପାଳ ଏବଂ ଶିମିଳିପାଳ ପାଦଦେଶରେ ଥିବା ଗାଁ ଗୁଡ଼ିକ ରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ବିଶେଷ କରି ଠାକୁରମୁଣ୍ଡା, କରଞ୍ଜିଆ ଯଶିପୁର,ରରୁଆ ଏବଂ ଶୁକୃଲି ବ୍ଲକ ରେ କୁହୁଡି ସହିତ ଶୀତ ଅନୁଭୂତି ହେଉଛି । ହାଡ଼ଭଙ୍ଗା ଶୀତ ଯୋଗୁଁ ସକାଳେ ଏବଂ ସନ୍ଧ୍ୟା ୭ଟା ପରେ ରାସ୍ତା ଘାଟ ସୁନ ସାନ ହେଇ ଯାଉଛି ।
ଆଜି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଥିବା ଚହଲାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଥଣ୍ଡା ଟିକେ କମିଥିଲା ପୁଣି ଶୀତ ବଢୁଛି । ସେହିପରି ୧୨ ତାରିଖ ଯାଏ ଉପକୂଳ ଓଡି଼ଶା ଓ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ସମ୍ଭାବନା ରହିଛି । ୧୨ରୁ ୧୯ ତାରିଖ ମଧ୍ୟରେ ଆଦୌ ବର୍ଷା ହେବ ନାହିଁ । ପାଗ ସମ୍ପୁର୍ଣ୍ଣ ଶୁଖିଲା ରହିବ।