ମୟୂରଭଞ୍ଜର ନାଏବ ସୁବେଦାର ନୁଦୁରାମ ସୋରେନ ମରଣୋତ୍ତର ‘ବୀର ଚକ୍ର’ରେ ସମ୍ମାନିତ

ରାଇରଙ୍ଗପୁର(କେ ନ୍ୟୁଜ): ଆଜି ରାଷ୍ଟ୍ରପତି ଭବନରେ ମୟୂରଭଞ୍ଜ ଜିଲ୍ଲାର ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ‘ବୀର ଚକ୍ର’ରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତିଙ୍କ ଠାରୁ ‘ବୀର ଚକ୍ର’ ଗ୍ରହଣ କଲେ ନୁଦୁରାମଙ୍କ ପତ୍ନୀ । ଗତବର୍ଷ ଗଲଓ୍ୱାନ ଘାଟିରେ ବୀରତ୍ୱର ସହ ଚୀନ୍ ସେନା ସହ ଲଢ଼ି ସହିଦ ହୋଇଥିଲେ ନୁଦୁରାମ ସୋରେନ । ୨୦୨୦ ମସିହା ଜୁନ ୧୫ ତାରିଖ ଗଲୱାନ ଘାଟିରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା । ଯେଉଥିରେ ଦେଶ ହରାଇଥିଲା ଅନେକ ବୀରପୁତ୍ରଙ୍କୁ । ସଂଘର୍ଷ ମଧ୍ୟରେ ସହୀଦ ହୋଇଯାଇଥିଲେ ୨୦ ବୀର ଯବାନ । ସେମାନଙ୍କ ମଧ୍ୟରେ ଓଡ଼ିଶା ମାଟି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବଡ ଚମ୍ପାଉଦାର ବୀର ପୁତ୍ର ନୁଦୁରାମ ସୋରେନ ମଧ୍ୟ ରହିଥିଲେ ।

ଦେଶ ମାତୃକାର ପୁଅ ନୁଦୁରାମ ନିଜ ଜୀବନକୁ ବାଜି ଲଗାଇ ଅଦମ୍ୟ ସାହସର ସହ ଶତ୍ରୁପକ୍ଷ ଚୀନ ସହ ମୁକାବିଲା କରି ସହୀଦ ହୋଇ ବିରଗତି ଲାଭ କରିଥିଲେ । ନୁଦୁରାମଙ୍କ ଛୋଟ ବେଳୁ ମାତୃଭୂମିର ସେବା କରିବାର ଇଚ୍ଛା ଥିବାରୁ କଲେଜଶିକ୍ଷା ସମାପ୍ତ ପରେ ୧୯୯୭
ମସିହାରେ ଆର୍ମିରେ ଯୋଗଦେଇଥିଲେ । ୧୬ ବିହାର ରେଜିମେଣ୍ଟରେ ନାଏବ ସୁବେଦାର ଭାବେ କାର୍ଯ୍ୟରତ ଥିଲେ ନୁଦୁରାମ ।

Leave A Reply

Your email address will not be published.