ମହଙ୍ଗା ପଡିଲା ଇନଷ୍ଟାଗ୍ରାମ ପ୍ରେମ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି MBA ଗ୍ରାଜୁଏଟ ଗିରଫ

ଭୁବନେଶ୍ବର: ମହଙ୍ଗା ପଡିଲା ଇନଷ୍ଟାଗ୍ରାମ ପ୍ରେମ । ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ଭାଇରାଲ କରି MBA ଗ୍ରାଜୁଏଟ ଗିରଫ ।  ରାଜଧାନୀରେ ସାମ୍ନାକୁ ଆସିଲା ଲଭ୍ ଷ୍ଟୋରୀର ହେଟ୍ ଷ୍ଟୋରୀ । ପ୍ରେମିକା ପାଇଁ ସୀମା ଟପିଗଲା ପୁରୁଣା ପ୍ରେମିକ । ପ୍ରେମିକା ହାତ ଛାଡିଦେବାରୁ ପ୍ରେମିକାର ଅନ୍ତରଙ୍କ ଭିଡିଓ ଭାଇରାଲ କଲା । ଅନୁଗୁଳର ଜିଲ୍ଲା ଛେଣ୍ଡିପଦା ନିତେଶ ସାହୁକୁ ଗିରଫ କଲା କମିଶନରେଟ୍ ପୋଲିସ । ଦୁଇ ବର୍ଷ ପୂର୍ବେ ପୀଡିତାଙ୍କ ସହ ଇନଷ୍ଟାରେ ପ୍ରେମ ଆରମ୍ଭ ହୋଇଥିଲା । ପରେ ନିବିଡତା ପରେ ବିବାହ ପର୍ଯନ୍ତ କଥା ଯାଇଥିଲା ।

ଶାରୀରିକ ସମ୍ପର୍କ ସହ ଉଭୟଙ୍କର ଅନ୍ତରଙ୍ଗ ଭଡିଓ ରଖିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପୀଡିତା ଜଣଙ୍କ ଆଉ ଜଣଙ୍କ ପ୍ରେମରେ ପଡ଼ି ଯୁବକଠୁ ଦୂରେଇ ଗଲେ । ଅଭିଯୁକ୍ତ ପ୍ରେମିକାକୁ ଭୁଲି ପାରିନଥିଲେ ଆଉ ବିବାହ ପାଇଁ ଜିଦ୍ ମଧ୍ୟ ଧରିଥିଲେ । ହେଲେ ଏନେଇ ପ୍ରେମିକ ରାଜି ନ ହେବାରୁ ତାକୁ ବ୍ଲାକ ମେଲ୍ କରିଥିଲେ । ଅନ୍ତରଙ୍କ ମୁହୂର୍ତ୍ତ ଭିଡିଓକୁ ପୀଡିତାର ଘର ଓ ପରିବାର ଲୋକଙ୍କୁ ସେୟାର କରିଥିଲେ ।

 

Also read: ଲଭ୍-ସେକ୍ସ-ଧୋକା, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ