ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ଆଜିଠାରୁ ଆରମ୍ଭ ହେବା ନାମଲେଖା !

medical-admissionଭୁବନେଶ୍ବର : ରାଜ୍ୟର ସରକାରୀ ଓ ଘରୋଇ ମେଡିକାଲ କଲେଜ ଗୁଡ଼ିକରେ ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ଆଜିଠାରୁ ଆରମ୍ଭ ହେବା ନାମଲେଖା। ପ୍ରଥମ ପର୍ୟ୍ୟାୟରେ ୩୧୭୯ ଜଣ ଛାତ୍ରଛାତ୍ରୀଙ୍କୁ ସିଟ୍ ଆଲଟମେଣ୍ଟ କରାଯାଇଛି। ପ୍ରଥମ ଦିନରେ ଏସସିବି କଲେଜ ପିାଲାଙ୍କ ନାମ ଲେଖା ହେବ। ଗଣ୍ଡମୁଣ୍ଡାଠାରେ ଥିବା ଓଜେଇଇ କାର୍ୟ୍ୟଳୟରେ ସକାଳ ୯ଟାରୁ ନାମଲେଖା ଆରମ୍ଭ ହେବ। ୫ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା। ଜୁଲାଇ ୧୨ ତାରିଖରେ ସେମାନେ ନିଜ ନିଜ କଲେଜମାନଙ୍କରେ ଯୋଗଦେବେ। ପ୍ରଥମ ପର୍ୟ୍ୟୟ ନାମଲେଖା ପରେ ଯଦି ସିଟ୍ ଫିଲପ୍ ନହୁଏ ତାହେଲେ ଆସନ୍ତା ୨୪ ତାରିଖରେ ଦ୍ୱିତୀୟ ପର୍ୟ୍ୟୟ ପାଇଁ ପ୍ରକ୍ରିୟା ଆରମ୍ଭ ହେବ।

Leave A Reply

Your email address will not be published.