ଆଜିଠୁ ଆରମ୍ଭ ହେଲା ମେଡିକାଲ ନାମଲେଖା ପଞ୍ଜୀକରଣ

୧୧୩୩ଟି ସିଟ୍ ଲାଗି ହେବ ନାମଲେଖା

ଭୁବନେଶ୍ବର : ମେଡିକାଲ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହୋଇଛି ପଞ୍ଜୀକରଣ। ଓଡ଼ିଶାରେ ଥିବା ସରକାରୀ ଓ ଘରୋଇ ମେଡିକାଲ କଲେଜରେ MBBS ଓ BDS ପାଠ୍ୟକ୍ରମରେ ପଞ୍ଜୀକରଣ କରାଯାଉଛି। ଏଥିରେ ୧୧୩୩ଟି ସିଟ୍‌ ଲାଗି ନାମଲେଖା ହେବାର ସୂଚନା ମିଳିଛି। ସେଥିମଧ୍ୟରୁ ୧୧୫୦ଟି MBBS ଓ ୧୫୦ଟି  BDS ସିଟ୍‌ ରହିଛି। ନିଟ୍‌ ର‍୍ୟାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀମାନେ www.ojee.nic.in ମାଧ୍ୟମରେ ଜୁନ୍‌ ୨୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରାଯିବ।

ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଜୁନ୍‌ ୨୬ରେ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ଜୁନ୍‌ ୩୦ରେ ରାଜ୍ୟସ୍ତରୀୟ ମେରିଟ୍‌ ଲିଷ୍ଟ ବାହାରିବ। ଜୁଲାଇ ୧୨ସୁଦ୍ଧା ଛାତ୍ରଛାତ୍ରୀମାନେ କଲେଜରେ ଯୋଗଦେବେ। ଜୁଲାଇ ୨୪ରେ ଖାଲି ପଡିଥିବା ସିଟର ତାଲିକା ପ୍ରକାଶ ପାଇବ। ଏଥିପାଇଁ ୨୪ ଓ ୨୫ ତାରିଖରେ ଚଏସ ଲକିଂ ଓ ଫିଲିଂ ହେବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଜୁଲାଇ ୨୭ରୁ ୩୦ ମଧ୍ୟରେ ଅନୁଷ୍ଠିତ ହେବ। ଅଗଷ୍ଟ ୧୨ସୁଦ୍ଧା ଛାତ୍ରଛାତ୍ରୀମାନେ କଲେଜରେ ଯୋଗଦେବେ। ଅଗଷ୍ଟ ୧ରୁ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.