ବୁର୍ଲା ଭିମସାରର ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସମ୍ବଲପୁର(କେନ୍ୟୁଜ୍): ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ବୁର୍ଲା ଭିମସାରର ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲର ୩ ମହଲା ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଲିଛି ।

ଛାତ୍ରୀ ଜଣକ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର । ସେ ବୁର୍ଲା ଭିମସାରରେ ଡାକ୍ତରୀ ପାଠ ପଢୁଥିଲେ । ତାଙ୍କ ଗୋଡ ଓ ଗୋଟିଏ ହାତ ଭାଙ୍ଗିବା ସହିତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ମେଡିକାଲ ଭିତରକୁ କାହାକୁ ଛଡାଯାଉନାହିଁ । ଆତ୍ମହତ୍ୟାର କାରଣ ଜଣାପଡିନଥିବାବେଳେ ତଦନ୍ତ କରୁଛି ବୁର୍ଲା ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.