ବାନ୍ଧବୀଙ୍କୁ ଭିଡିଓ କଲ କରି ଆତ୍ମହତ୍ୟା କଲେ ଛାତ୍ର, ଦୌଡ଼ିଦୌଡ଼ି ଯୁବତୀ ଜଣକ ପହଁଚିବା ପୂର୍ବରୁ ସବୁ ସରିଥିଲା

କଟକ (କେନ୍ୟୁଜ): ଲାଇଭ ଭିଡିଓ କଲରେ ସୁଇସାଇଡ୍‌ । ବାନ୍ଧବୀଙ୍କୁ ଭିଡିଓ କଲ କରି ଆତ୍ମହତ୍ୟା କଲେ ଏମ୍‌ସିଏ ଛାତ୍ର । କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ମୃତକ ହେଲେ ଯାଜପୁରର ମନୋଜ ବେହେରା । ନରାଜରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏମସିଏରେ ପଢୁଥିଲେ । ଷଣ୍ଢପୁରସ୍ଥିତ ଏକ ଭଡ଼ାଘରେ ରହୁଥିଲେ ମନୋଜ ।

ଗର୍ଲଫ୍ରେଣ୍ଡଙ୍କୁ ଲପଟପରେ ଭିଡିଓ କଲିଂ କରି ସେ ଫ୍ୟାନରେ ଝୁଲି ପଡ଼ିଥିଲେ । ଗାଁ ଲୋକମାନେ ଯୁବକଙ୍କ ଭଡ଼ାଘର କବାଟ ବାଡେଇବାରୁ ଭିତରୁ ଖୋଲୁ ନଥିଲେ । ପୁରୁଷ ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ଯୁବତୀ ଜଣକ ଉଦ୍ୟମ କରିଥିଲେ । ସେ ଦୌଡ଼ିଦୌଡ଼ି ଧଇଁସଇଁ ହୋଇ ପହଞ୍ଚିବା ପୂର୍ବରୁ ଏମସିଏ ଛାତ୍ର ଜୀବନ ହାରିସାରିଥିଲେ । ତାପରେ ସେଠାରୁ ପଳାଇ ଯାଇଥିଲେ ଯୁବତୀ ।

ଘଟଣାର ତଦନ୍ତ କରୁଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ପୋଲିସ । ପ୍ରେମକୁ ନେଇ ମନୋଜ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯୁବପିଢ଼ିଙ୍କ ଭିତରେ ବଢୁଛି ଆତ୍ମହତ୍ୟା ପ୍ରବଣତା । କେତେବେଳେ ପ୍ରେମରେ ବିଫଳତା ତ କେତେ ପ୍ରେମରେ ମତାନ୍ତର ଓ ମନାନ୍ତରରୁ ଜୀବନ ହାରୁଛନ୍ତି ଯୁବକ ଯୁବତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.