କୋର୍ଟରେ ଆତ୍ମସମର୍ପଣ କଲେ ଅଭିନେତା ମହମ୍ମଦ ନାସିର

ଭୁବନେଶ୍ବର (କେନ୍ଯୁଜ୍): ଫାଇନ୍ ଇଣ୍ଡିସେସ୍ ଚିଟଫଣ୍ଡ ଠକେଇ ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲେ ଅଭିନେତା ମହମ୍ମଦ ନାସିର। ଭୁବନେଶ୍ୱର ସିବିଆଇ ସ୍ପେଶାଲ୍ ସିଜେଏମ୍ କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି। ନାସିର ଥିଲେ ଫାଇନ୍ ଇଣ୍ଡିସେସ୍ ଚିଟଫଣ୍ଡ ସଂସ୍ଥାର ଅନ୍ୟତମ ସେୟାର ହୋଲଡର। ଏହି ମାମଲାରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ବଲିଉଡ ଫିଲ୍ମ ‘ସ୍ୟାଡୋ’ରେ ଅଭିନୟ କରିଥିଲେ ମହମ୍ମଦ ନାସିର।