୧୦୦କୋଟିରୁ ଉର୍ଦ୍ଧ୍ୱ ଠକେଇ ! ଦିଆ ଡାଏରୀ ଆଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡ଼ର ଏମ୍‌ଡି ଅମ୍ରିତା କିଣ୍ଡୋ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ୧୦୦କୋଟିରୁ ଉର୍ଦ୍ଧ୍ୱ ଠକେଇ ଅଭିଯୋଗ। ଦିଆ ଡାଏରୀ ଆଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡ଼ର ଏମ୍‌ଡି ଅମ୍ରିତା କିଣ୍ଡୋଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ ଲିମିଟେଡ଼ର ଅଭିଯୋଗ ଅନୁସାରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଏମଡି ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡ଼ ୫ କୋଟି ଟଙ୍କା, ଅନ୍ନପୂର୍ଣ୍ଣା ପ୍ରାଇଭେଟ ଲିମିଟେଡ଼ ଜାଲ ଡକୁମେଣ୍ଟ ଦେଇ ୫କୋଟି ଋଣ ଆଣି ପରବର୍ତୀ ସମୟରେ ଫେରାଇ ନଥିଲେ ।

ଦୀପକ କିଣ୍ଡୋ ୨୦୨୦ ମସିହାରେ ଲୋନ୍‌ ପାଇଁ ଅନ୍ନପୂର୍ଣ୍ଣା ପ୍ରାଇଭେଟ ଲିମିଟେଡ଼କୁ ଆବେଦନ କରିଥିଲେ । SHG ଗ୍ରୁପକୁ ଋଣ ଦେବା ପାଇଁ ଏହି ଲୋନ ଆପ୍ଲାଏ କରିଥିଲେ। କିନ୍ତୁ 5 କୋଟି ନେବା ପରେ SHGକୁ ଲୋନ ନଦେଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଯାହା ସମ୍ପୂର୍ଣ୍ଣ ଭାବରେ ବେଆଇନ ଦର୍ଶାଇ ମାମଲା ରୁଜୁ କରିଥିଲା EOW । ୨୦୧୭ରୁ ୨୦୨୦ ମଧ୍ୟରେ ଉଭୟ କମ୍ପାନୀ ମଧ୍ୟରେ ଟଙ୍କା ନେଣଦେଣର ପ୍ରମାଣ ପାଇଛି EOW ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.