ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଏମ୍‌ଡିଏଚ୍‌ର ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧର୍ମପାଲ ଗୁଲାଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଏମ୍‌ଡିଏଚ୍‌ର ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧର୍ମପାଲ ଗୁଲାଟି । ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ । କନ୍ଧମାଳରେ ମସଲା ୟୁନିଟ ସ୍ଥାପନ ନେଇ ସମ୍ମତି ପ୍ରକାଶ କରିବା ସହ ନମୂନା ପରୀକ୍ଷା ପାଇଁ କିଛି ପରିମାଣର ହଳଦୀ ଏମଡିଏଚକୁ ପ୍ରେରଣ କରିବା ପାଇଁ ଗୁଲାଟି ଗତକାଲି ପରାମର୍ଶ ଦେଇଥିଲେ । ଗତ ଅଗଷ୍ଟ ମାସରେ ସାଂସଦ ଡକ୍ଟଟ ସାମନ୍ତ ଗୁଲାଟିଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରି କିଟ୍‌ ଓ କିସ ପରିଦର୍ଶନ ସହ କନ୍ଧାମାଳରେ ଏକ ମସଲା ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ପାଇଁ ଅନୁରୋଧ କରିଥିଲେ ।