ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜିଠୁ ଶୁଭାରମ୍ଭ ହେଲା ମିଲ୍‌ ଫର୍ ପ୍ଲାଷ୍ଟିକ

ଭୁବନେଶ୍ବର : ପ୍ଲାଷ୍ଟିକ ଦିଅ ଆହାର ଖାଅ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜିଠୁ ଶୁଭାରମ୍ଭ ହୋଇଛି ମିଲ୍‌ ଫର୍ ପ୍ଲାଷ୍ଟିକ । ଅଧ କେଜିଏ ପ୍ଲାଷ୍ଟିକ ବଦଳରେ ମାଗଣାରେ ମିଳୁଛି ଆହାର। ଆଜି ଭୁବନେଶ୍ୱର କଳ୍ପନା ସ୍ଥିତ ଆହାର କେନ୍ଦ୍ରରେ ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ରାଜଧାନୀରେ ଥିବା ୧୧ଟି ଆହାର କେନ୍ଦ୍ରରେ ଏହା ଲାଗୁ ହୋଇଛି । ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ରୋକିବା ସହ ଘରୁ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ତେବେ ଯେ କୌଣସି ବ୍ୟକ୍ତି ଆହାର କେନ୍ଦ୍ରରେ ଗୋଟିଏ ଦିନରେ ଅତିବେଶୀରେ ୧ କେଜି ପ୍ଲାଷ୍ଟିକ ଦେଇ ବଦଳରେ ଦୁଇଟି ଆହାର କୁପନ ନେଇପାରିବେ । ୟୁଏନଡିପି ଓ ଟଚ୍ ଷ୍ଟୋନ ଫାଉଣ୍ଡସେନ ସହାୟତାରେ ମହାନଗର ନିଗମ ଏହି ଅଭିଯାନ ଆରମ୍ଭ କରିଛି । ପ୍ରତିଦିନ ସଂଗୃହୀତ ପ୍ଲାଷ୍ଟିକ ସଂପର୍କରେ ପ୍ରତିଦିନ ଆହାର କେନ୍ଦ୍ରରେ ଥିବା ରେଜିଷ୍ଟରରେ ସବିଶେଷ ତଥ୍ୟ ରଖାଯିବ ।

Leave A Reply

Your email address will not be published.