ରାଜ୍ୟରେ ପୁଣି ଫେରିଲା ମିଳିମିଳା, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଁ ବ୍ୟାପୁଛି

କନ୍ଧମାଳ: ରାଜ୍ୟରେ ପୁଣି ଫେରିଲା ମିଳିମିଳା । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାତିଗୁଡା ଗାଁ ଓ ଗଞ୍ଜାମ ଜିଲ୍ଲା ସୋରଡ଼ା ଓ ପୁରୀରେ ବ୍ୟାପିଛି ମିଳିମିଳା ।  ୩୦ ଜଣ ମିଳିମିଳାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ହେଲେ ସମସ୍ତେ ସୁସ୍ଥ ଅଛନ୍ତି ।  ମିଳିମିଳା ରୋଗୀ ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇ ଅନୁଧ୍ୟାନ କରାଯାଉଥିବ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

କନ୍ଧମାଳ ଓ ଗଞ୍ଜାମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।  ସେ କହିଛନ୍ତି, କନ୍ଧମାଳ ରାଇକିଆରେ ୩୦ ଜଣ ମିଳିମିଳା ରୋଗୀ ଥିଲେ । ସମସ୍ତେ ଭଲ ଅଛନ୍ତି । ପ୍ରାୟ ସୁସ୍ଥ ହୋଇଗଲେଣି ।  ୫ ଜଣ ଏବେ ବି ମିଳିମିଳା ଆକ୍ରାନ୍ତ ଅଛନ୍ତି ।  କୋଭିଡ ମହାମାରୀ ଯୋଗୁ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି ।  ସେଥିପାଇଁ ଏବେ ମିଳିମିଳା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢୁଥିବା ପ୍ରାଥମିକସ୍ତରରେ ଜଣାପଡିଛି ।