ରାଜ୍ୟର ୪ ପୋଲିସ ଅଧିକାରୀଙ୍କୁ ମିଳିବ “ଏକ୍ସିଲେନ୍ସ ଇନ ଇନଭେଷ୍ଟିଗେସନ ମେଡାଲ”

୨୦୨୧ ବର୍ଷ ପାଇଁ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ କେନ୍ଦ୍ରରୁ ମିଳିବ ଆକର୍ଷଣୀୟ ପଦକ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତଦନ୍ତରେ ଉତ୍କର୍ଷ ପାଇଁ ପଦକ ଘୋଷଣା କରାଯାଇଛି। ମୋଟ ୧୨୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମିଳିବ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ “ଏକ୍ସିଲେନ୍ସ ଇନ ଇନଭେଷ୍ଟିଗେସନ ମେଡାଲ”।

ଏନେଇ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।ତାଲିକାରେ ରାଜ୍ୟର ୪ଜଣ ପୋଲିସ ଅଧିକାରୀ ରହିଛନ୍ତି। ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ୱାଳ, ଏସଆଇ ତୃପ୍ତି ରଞ୍ଜନ ନାୟକ ଓ ଏସଆଇ ଶ୍ରୀକାନ୍ତ ସାହୁଙ୍କୁ ମିଳିବ ମେଡାଲ। ମହିଳାଙ୍କ କଟା ମୁଣ୍ଡ ମାମଲାର ତଦନ୍ତରେ ପାରଦର୍ଶିତା ଦେଖାଇଥିବା ଚନ୍ଦକା ଥାନା ଇନ୍ସପେକ୍ଟର ଦେବେନ୍ଦ୍ର ବିଶ୍ୱାଳଙ୍କୁ ମିଳିବ ପୁରସ୍କାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.