ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ,ଏକ ଘରୋଇ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ

ଭୁବନେଶ୍ୱର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ଅଛନ୍ତି ।  ସେ ଏବେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି  ।  କିଛିଦିନ ତଳେ ସେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଣାଯାଇଥିଲା । ପ୍ରାଥମିକ ଅବସ୍ଥାରେ ତାଙ୍କର ନିମୋନିଆ ଯୋଗୁଁ ଫୁସଫୁସ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଚିକିତ୍ସାରୁ ଜଣାପଡ଼ିଥିଲା । ଏହି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ଚିକିତ୍ସା ସମୟରେ ତାଙ୍କର ହଠାତ ହୃଦଘାତ ହେବା ସହ ମସ୍ତିଷ୍କ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।  ଡକ୍ଟର ମହାପାତ୍ରଙ୍କ ନିକଟରେ ତାଙ୍କ ସ୍ତ୍ରୀ ମନୋଜ ମଞ୍ଜରୀ ପଟ୍ଟନାୟକ ଓ ସମ୍ପର୍କୀୟବର୍ଗ ଉପସ୍ଥିତ ଅଛନ୍ତି । ଡକ୍ଟର ମହାପାତ୍ରଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଦେଶ ବିଦେଶରେ ଥିବା ତାଙ୍କର ଛାତ୍ରଛାତ୍ରୀ ତଥା ଓଡ଼ିଶା ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ୱମାନେ ଚିନ୍ତା ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

 

 

You might also like