ନୟାଗଡ଼ରେ ଡାକ୍ତରଖାନାରୁ ପିଲା ଚୋରି ଅଭିଯୋଗକୁ ଖଣ୍ଡନ, ହସ୍ପିଟାଲରୁ ପିଲା ଚୋରି ହୋଇନଥିବା କହିଲେ ମେଡିକାଲ କର୍ତ୍ତୃପକ୍ଷ

ନୟାଗଡ଼ : ନୟାଗଡ଼ରେ ଡାକ୍ତରଖାନାରୁ ପିଲା ଚୋରି ଅଭିଯୋଗକୁ ଖଣ୍ଡନ । ହସ୍ପିଟାଲରୁ ପିଲା ଚୋରି ହୋଇନଥିବା କହିଲେ ମେଡିକାଲ କର୍ତ୍ତୃପକ୍ଷ । ସିସିଟିଭି ଯାଞ୍ଚ ପରେ ଘଟଣାକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ଜଗଦୀଶ ଜେନା । ମେଡିକାଲକୁ ବଦନାମ କରିବା ପାଇଁ ଏଭଳି କରାଯାଇଥିବା ଅଭିଯୋଗ କରିଛନ୍ତି ।

ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ନବଜାତ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ।  ଶିଶୁପୁତ୍ରକୁ କିଏ ନେଇଯାଇଥିବା ଅଭିଯୋଗ କରିଥିଲେ ବୋଲଗଡ ବ୍ଲକ ଗୋଡଭଙ୍ଗା ଗାଁର ମଧୁସ୍ମିତା ପରିଡା ଓ ତାଙ୍କ କରିବାର ।  ଅଭିଯୋଗ ପରେ ସିସିଟିଭି ଯାଞ୍ଚ ସହ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।  ମେଡିକାଲରେ ମଧୁସ୍ମିତାଙ୍କର ପିଲା ଜନ୍ମ ହୋଇନଥିବା କହିଛନ୍ତି ନୟାଗଡ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ ।

You might also like