ମହାମାରୀ ସମୟରେ ନିଜର ଦାୟିତ୍ୱ ସମ୍ପାଦନ ପାଇଁ ବାହାଘର ଘୁଞ୍ଚାଇଦେଲେ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ରାକେଶ କୁମାର

ବାଲିଗୁଡା (କେ ନ୍ୟୁଜ) : ମହାମାରୀ କରୋନାକୁ ମୁକାବିଲା କରିବାକୁ ଯୋଦ୍ଧା ସାଜିଛନ୍ତି ଜଣେ ମେଡିକାଲ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ରାକେଶ କୁମାର ବେହେରା। ଯିଏ କି କରୋନା ଯୁଦ୍ଧରେ ରୋଗୀଙ୍କୁ ସେବା କରିବାକୁ ଦାୟିତ୍ୱକୁ ଗୁରୁତ୍ୱ ଦେଇ ନିଜ ବାହାଘରକୁ ସ୍ଥଗିତ କରିଛନ୍ତି । ଏପ୍ରିଲ ୨୬ ତାରିଖରେ ତାଙ୍କ ବାହାଘର ହୋଇଥାନ୍ତା, କିନ୍ତୁ ନିଜ କର୍ମକୁ ଗୁରୁତ୍ୱ ଦେଇଛନ୍ତି।
222

ଏହି କରୋନା ଯୋଦ୍ଧା ବର୍ତ୍ତମାନ ଏହି ମହା ବିପତ୍ତି ସମୟରେ, ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଇ ଲାଗିପଡିଛନ୍ତି ନିଜ ଦାୟିତ୍ୱରେ। ଘରେ ବୁଢ଼ା ବାପାଙ୍କ ଓପେନ ହାର୍ଟ ସର୍ଜେରୀ ହୋଇଥିବା ବେଳେ ଘରେ ଏକୁଟିଆ ଥିବା ସତ୍ତ୍ୱେ ସେ ଏହି ଯୁଦ୍ଧ ଲଢ଼ୁଛନ୍ତି । ଯାହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରେରଣା ଯୋଗାଇଛି ।

ବାଲିଗୁଡା ରିପୋର୍ଟର ଗୋପୀନାଥ ମିଶ୍ର (କେ ନ୍ୟୁଜ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.