ପିସିସି ମୁଖ୍ୟ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ, ସହାୟତା କରିବେ ମୀନାକ୍ଷୀ ନଟରାଜନ

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଏଆଇସିସି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନିକ କାର୍ଯ୍ୟ ଓ ନେତୃତ୍ବ ସଂପର୍କରେ ବିସ୍ତୁତ ରିପୋର୍ଟ ଦେବାକୁ କୁହାଯାଇଛି ।  ମନାକ୍ଷି ନଟରାଜନଙ୍କ ସହ ସମନ୍ବୟ ରକ୍ଷା କରି ତୂରନ୍ତ ଓଡ଼ିଶା ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଆଇସିସି ସାଧାରଣ ସଂପାଦକ କେସି ବେଣୁଗୋପାଳ ଏନେଇ ମହନ୍ତଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚଳିତ ବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ ଜୁଲାଇ ୨୧ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ଭାଙ୍ଗି ଦିଆଯାଇଛି ।  ଏହା ବଦଳରେ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଏହି କମିଟିର ବର୍ତ୍ତମାନ ସୁଦ୍ଧା ଗୋଟିଏ ବୈଠକ ବସିଥିଲା। ପରେ ଆଉ କୌଣସି ବୈଠକ ହୋଇନି।

You might also like