କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ; ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ପ୍ରଭାରୀ ଚେଲ୍ଲାକୁମାରଙ୍କ ୱାନ-ଟୁ-ୱାନ ଆଲୋଚନା

ଭୁବନେଶ୍ବର (କେନ୍ୟୁଜ୍‌): ଖୁବଶୀଘ୍ର ଘୋଷଣା ହୋଇପାରେ ନୂଆ ପିସିସି ସଭାପତିଙ୍କ ନାଁ । ବିଧାୟକମାନଙ୍କ ସହ ଓ୍ଵାନ ଟୁ ଓ୍ଵାନ୍‌ ଆଲୋଚନା କରୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର । କିଏ ସଭାପତି ହେଲେ ଭଲ ହେବ, ସେ ନେଇ ପ୍ରଭାରୀ ନାଁ ପଚାରୁଛନ୍ତି । ବିଧାୟକମାନେ ନିଜ ପସନ୍ଦର ନାଁ କହୁଛନ୍ତି । ମେ ପ୍ରଥମ ସପ୍ତାହରେ ପସିସି ପରିବର୍ତ୍ତନ ହୋଇପାରେ ବୋଲି ବିଧାୟକ ସନ୍ତୋଷ ସିଂହ ସାଲୁଜା ସୂଚନା ଦେଇଛନ୍ତି । ଅନ୍ୟ ବିଧାୟକଙ୍କୁ ଜଣ ଜଣ କରି ଭେଟିବେ ଏ. ଚେଲ୍ଲାକୁମାର । ପୂର୍ବତନ ବିଧାୟକମାନଙ୍କୁ ମଧ୍ୟ ଭେଟିବେ । କାର୍ଯ୍ୟକାରୀ ସଭାପତି, ପୂର୍ବତନ ପିସିସି ସଭାପତି ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏପଟେ ଜଣେ ଶୃଙ୍ଖଳିତ ବ୍ୟକ୍ତିଙ୍କୁ ପିସିସି ସଭାପତି କରାଯାଉ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ଏ ନେଇ ତାଙ୍କ ସହ ଆଲୋଚନା ହୋଇନଥିବା ସେ ସୂଚନା ଦେଇଛନ୍ତି । ଓଡ଼ିଶାରୁ ଫେରିବା ପରେ ଚେଲ୍ଲାକୁମାର ତାଙ୍କ ରିପୋର୍ଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦେବେ। କିଏ ହେବେ ପିସିସି ସଭାପତି, ଚୂଡାନ୍ତ ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷା ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.