ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା, ଟାସ୍କ ଫୋର୍ସ ବୈଠକରେ କରାଯାଇଛି ଆଲୋଚନା

କୋରାପୁଟ (କେନ୍ୟୁଜ୍) : ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା । ଏନେଇ ଜିଲ୍ଲା ଟାସ୍କ ଫୋର୍ସ ବୈଠକରେ ଆଲୋଚନା କରାଯାଇଛି । ଆସନ୍ତା ଶିଶୁ ଦିବସରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ବାଲ୍ୟ ବିବାହ ପ୍ରଥା ବିରୋଧରେ ବ୍ୟାପକ ଜନସଚେତନା କରାଯିବ । ସାରା ରାଜ୍ୟରେ ବାଲ୍ୟ ବିବାହ କ୍ଷେତ୍ରରେ କୋରାପୁଟ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଶିକ୍ଷା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ସଂଖ୍ୟା ବୃଦ୍ଧି ପାଉଛି । ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରି ବାଲ୍ୟ ବିବାହ ପ୍ରଥାର ଲୋପ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟୁଷିତରେ ଅନୁଷ୍ଠିତ ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଶୁ ସୁରକ୍ଷା ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ ।