୨୦୨୪ ପାଇଁ ରୋଡମ୍ୟାପ ପ୍ରସ୍ତୁତ: ଶେଷ ହେଲା ବିଜେଡି ପର୍ଯ୍ୟବେକ୍ଷକ ବୈଠକ

ଭୁବନେଶ୍ବର(କେନ୍ୟୁଜ୍): ଶେଷ ହେଲା ବିଜେଡି ପର୍ଯ୍ୟବେକ୍ଷକ ବୈଠକ । ଦଳୟ ପର୍ଯ୍ୟବେକ୍ଷକଙ୍କ ସହ ଜଣ ଜଣ କରି ମୁହାଁମୁହିଁ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଦଳୀୟ ସଙ୍ଗଠନ, ନିର୍ବାଚନର ଫଳାଫଳ ସମ୍ପର୍କରେ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନ ସମୟରେ କ’ଣ ସମୟ ରହିଥିଲା, କିଏ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିଲେ, ପଚାରି ବୁଝିଥିଲେ ବିଜେଡି ସୁପ୍ରିମୋ ।

ପର୍ଯ୍ୟବେକ୍ଷକମାନଙ୍କୁ ୧୦ ଦିନ ଭିତରେ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରଣନୀତି ଅବଲମ୍ବନ କରି ଯୋଜନା ପ୍ରସ୍ତୁତ ହେଉଛି । ଏହା ପୂର୍ବରୁ ଦଳ ନିଜର ଦୁର୍ବଳତା, ଦୋଷ ତ୍ରୁଟି ଖୋଜି ସୁଧାରିବାକୁ ଉଦ୍ୟମ ଆରମ୍ଭ କରିଛି ବିଜେଡି।

Leave A Reply

Your email address will not be published.