ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ପୋଲିସ ଉପରକୁ ଆକ୍ରମଣ ଘଟଣା, ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ନେଇ ବୈଠକ

ଦାରିଙ୍ଗବାଡ଼ି: ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ପୋଲିସ ଉପରକୁ ଆକ୍ରମଣ ଘଟଣାକୁ ନେଇ ପୋଲିସ ଓ ଜନତାଙ୍କ ସୁସମ୍ପର୍କ ବୈଠକ। ଏନେଇ ନେଇ ମେରାମାହା ଗ୍ରାମଠାରେ ଦାରିଙ୍ଗବାଡ଼ି ବ୍ଲକ ଉପାଧକ୍ଷ ରମାକାନ୍ତ ବଳିଆରସିଂଙ୍କ ତତ୍ୱାବଧାନରେ, ବ୍ରାହ୍ମଣୀଗାଁ ଅଂଚଳ ଅନ୍ତର୍ଗତ ୮ ଗୋଟି ପଂଚାୟତର ଜନପ୍ରତିନିଧି ସମେତ ଜିଲ୍ଲା ପରିଷଦ ସଭ୍ୟ ଦୀପିକା ମାଝୀ ଉପସ୍ଥିତ ରହି ଏକ ବୈଠକ ଆୟୋଜନ କରାଯାଇଥିଲା ।

ଏହି ବୈଠକରେ ପୋଲିସ ଓ ଜନତାଙ୍କ କିଭଳି ସୁସମ୍ପର୍କ ସ୍ଥାପନ ହୋଇ ପାରିବ ସେନେଇ ଆଲୋଚନା ହୋଇଥିଲା । ଏଭଳିକି ପୋଲିସ କୁ ଆକ୍ରମଣ ଘଟଣା ମଧ୍ୟ ଏଠି ଆଲୋଚନା ହୋଇଥିଲା । ସୂଚନା ଥାଉକି, ମେରାମାହା ଗ୍ରାମରେ ଏକ ପାରମ୍ପରିକ ଭୋଜି ଚାଲିଥିବା ସମୟରେ ପୋଲିସ ମାନେ ସାଧାପୋଷାକ ରେ ଆସି ଜୁଆ ଖେଳ ହେଉଥିବା ଭାବି ଭୋଜିରେ ଥିବା ଲୋକମାନଙ୍କୁ ମାଡ଼ ମାରିଥିଲେ । ସାଧା ପୋଷାକ ଧାରୀ ପୋଲିସ ମାନଙ୍କୁ ଗ୍ରାମବାସୀ ମାନେ ପୋଲିସ ବୋଲି ଜାଣିନପାରି ଅନ୍ୟ କେହି ଅଜଣା ଦୁର୍ବୁତ୍ତ ବୋଲି ଭାବି ପାଲଟା ଆକ୍ରମଣ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.