ନୂଆ ଟ୍ରାଫିକ୍ ନିୟମ ନେଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ବର(କେନ୍ୟୁଜ୍): ନୂଆ ଟ୍ରାଫିକ୍ ନିୟମ ନେଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ ପୋଲିସ କମିଶନରଙ୍କ ସତେମ ପୋଲିସ ଡିସିପି, ଟ୍ରାଫିକ୍ ଡିସିପି, ଭୁବନେଶ୍ୱର ଆରଟିଓ-୧ ଓ ୨ରୁ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ନୂଆ ମୋଟର ଭେଇକଲ୍ ଆକ୍ଟ ପରେ ଟ୍ଵିନ୍ସିଟିରେ କୋକୁଆ ଭୟ ଦେଖିବାକୁ ମିଳୁଛି । ଲୋକେ ଗାଡ଼ି ନେଇ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଧରାପଡ଼ିଲେ ଦେବାକୁ ପଡୁଛି ମୋଟା ଅଙ୍କର ଫାଇନ୍ । ବୁଧବାର ଜଣେ ଅଟୋ ଚାଳକଙ୍କଠାରୁ ୪୭ ହଜାର ୫ଶହ ଟଙ୍କା ଫାଇନ୍ ପଡ଼ିଥିବା ବେଳେ ଗତକାଲି ଅନ୍ୟ ଜଣେ ଅଟୋ ଚାଳକଙ୍କଠାରୁ ୨୭ ହଜାର ୫ ଶହ ଟଙ୍କା ଫାଇନ୍ ହୋଇଛି । ଏପଟେ ଡ୍ରାଇଭିଂ ଲାଇସେନ୍ସ ଓ ଇନ୍ସ୍ୟୁରାନ୍ସ ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି ।