ନୂଆପଡା ଶ୍ରମିକଙ୍କୁ ଚାନ୍ଦବାଲିର ଏକ କମ୍ପାନୀ ମାଲିକ ଦେଉଛି ନିର୍ଯାତନା, ବନ୍ଧକ ରଖିଥିବାର ଆସିଲା ଅଭିଯୋଗ

ନୂଆପଡା(କେନ୍ୟୁଜ୍): କାମ କରିବାକୁ ଆସିଥିବା ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ। ନୂଆପଡା ଜିଲା କୋମନା ଗାଁର ୪ ଜଣ ଶ୍ରମିକ ଭଦ୍ରକ ଜିଲା ଚାନ୍ଦବାଲି ସ୍ଥିତ ଏକ ମେଗା ପ୍ରକଳ୍ପ କମ୍ପାନୀରେ ବନ୍ଧକ ହେବା ସହ ନିର୍ଯ୍ଯାତନାର ଶୀକାର ହେଉଥିବା ଅଭିଯୋଗ ହୋଇଛି । ଏହି ୪ ଜଣ ଶ୍ରମିକ ଚାନ୍ଦବାଲି ସ୍ଥିତ ମେଗା ପ୍ରକଳ୍ପ କମ୍ପାନୀ ମାଲିକ ପ୍ରଦୀପ ସାମଲଙ୍କ ଦ୍ୱାରା ନିର୍ଯ୍ଯାତନା ଓ ଶୋଷଣର ଶୀକାର ହେଉଥିବା ନିଜେ ଭିଡିଓ ଯୋଗେ ଅଭିଯୋଗ କରିଛନ୍ତି ।

ସେମାନଙ୍କୁ ଖାଇବାକୁ ମିଳୁନଥିବା ବେଳେ ମଜୁରୀ ଟଙ୍କା ମାଗିଲେ ନିସ୍ତୁକ ମାଡ ମିଳୁଥିବା ନିର୍ଯାତିତ ଶ୍ରମିକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ କିଛି ମାସତଳେ ନୂଆପଡା ଜିଲ୍ଲା କୋମନା ଗାଁର ୨୦ ଜଣରୁ ଉର୍ଦ୍ଧ୍ୱ  ଶ୍ରମିକ ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ମେଗା କମ୍ପାନୀର ମାଲିକ ପ୍ରଦୀପ ସାମଲଙ୍କ ନିକଟରେ କାମ କରିବାକୁ ଯାଇଥିଲେ ।

ସେଠାରେ କିଛି ଦିନ କାମ କଲାପରେ ମାଲିକ ଶ୍ରମିକମାନଙ୍କ ଉପରେ ନିର୍ଯ୍ଯାତନା ଆରମ୍ଭ କରିଦେଇଥିଲା । ନିର୍ଯାତନା ସହ୍ଯ କରିନପାରି ଅନେକ ଶ୍ରମିକ ସେଠାରୁ କୌଶଳକ୍ରମେ ଖସି ଆସଥିବା ବେଳେ ଅନ୍ଯ ୪ ଜଣ ଶ୍ରମିକ ଦେବରାଜ ବଘେଲ, ଭିକ ବାଗ,ଗୁରୁବନ୍ତ  ସାହୁ ଓ ନରେଶ ନାଗ ଏବେବି ମାଲିକ ନିକଟରେ ବନ୍ଧକ ହୋଇ ନିର୍ଯାତନାର ଶିକାର ହେଉଥିବା ତାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି ।

ଏନେଇ ଶ୍ରମିକମାନେ କୋମନା ଗ୍ରାମ ପଞ୍ଚାୟତର ସରପଞ୍ଚ ନିକଟକୁ ଏକ ଭିଡିଓ ବାର୍ତ୍ତା ପଠେଇବା ସହ ସେମାନଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ଆଜି ଏନେଇ ଜିଲ୍ଲା ଶ୍ରମିକ ମହାସଂଘର ଆବାହକ ଯଦୁମଣି ପାଣିଗ୍ରାହୀ ଓ କୋମନା ଗ୍ରାମ ପଞ୍ଚାୟତର ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ନୂଆପଡା ଜିଲ୍ଲାପାଳ ଓ ଜିଲ୍ଲାଶ୍ରମ ଅଧିକାରୀଙ୍କୁ ଭେଟି ଲିଖିତ ଜଣେଇବା ସହ ବନ୍ଧକଥିବା ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି।

 

Leave A Reply

Your email address will not be published.