କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ : ମୁଖ୍ୟମନ୍ତ୍ରୀ

କେନ୍ଦୁଝର :  ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ। କେନ୍ଦୁଝରରେ ମେଗା ଷ୍ଚିଲ ପ୍ଲାଣ୍ଟ ସ୍ଥାପନ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  JSW ଏବଂ POSCO ଦ୍ଵାରା କେନ୍ଦୁଝରରେ ଏହି ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବ।  Make in Odisha କନକ୍ଲେଭ ପାଇଁ ମୁମ୍ବାଇ ଗସ୍ତ କରିଥିବା ଏହି ଦୁଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବା କହିଛନ୍ତି ।

ଅକ୍ଟୋବର ୨୯ ତାରିଖରେ JSW ଏବଂ POSCO ମଧ୍ୟରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ନେଇ ଏମଓୟୁ ସ୍ବାକ୍ଷର ହୋଇଛି ।  ଜେଏସଡବ୍ଲ୍ୟୁର ମୁମ୍ବାଇ ମୁଖ୍ୟାଳୟରେ ଏହି ଏମଓୟୁ ସ୍ବାକ୍ଷର ହୋଇଛି ।  ବାର୍ଷିକ ୫ ମିଲିୟନ ଟନ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟରେ ଜେଏସଡବ୍ଲ୍ୟୁ ସହ ମିଶି ପୋସ୍କୋ ଏହି ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ।

JSW ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଓ ପୋସ୍କୋ ଅଧ୍ୟକ୍ଷ ଚାଙ୍ଗ ଇନ୍ – ୱିଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି ।  ଏମଓୟୁ ସ୍ବାକ୍ଷର ପରେ ପୂର୍ବରୁ ଜଗତସିଂହପୁରରେ ପ୍ରସ୍ତାବିତ ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବ ବୋଲି ଜଣାପଡ଼ିଛି।

You might also like