ଆରମ୍ଭ ହେଲା ବସ୍ତିର ମହିଳା ଓ ଯୁବତୀଙ୍କ ମେହେନ୍ଦି ପ୍ରଶିକ୍ଷଣ, ତାଲିମ ଦେଇ ସ୍ୱାବଲମ୍ବୀ କରିବାକୁ କମିଶନରେଟ ପୋଲିସର ଅଭିନବ ପ୍ରୟାସ

ଭୁବନେଶ୍ବର(କେନ୍ୟୁଜ୍):ଆରମ୍ଭ ହେଲା ବସ୍ତିର ମହିଳା ଓ ଯୁବତୀଙ୍କ ମେହେନ୍ଦି ପ୍ରଶିକ୍ଷଣ । କମିଶନରେଟ ପୋଲିସ ପକ୍ଷରୁ ବସ୍ତିର ମହିଳା ଓ ଯୁବତା ମାନଙ୍କୁ ତାଲିମ ଦେଇ ସ୍ୱାବଲମ୍ବୀ କରିବାକୁ ଏକ ଅଭିନବ ପ୍ରୟାସ । କମିଶନରେଟ ପୋଲିସର ବସ୍ତିକୁ ଚାଲ ଅଭିଯାନ ଅନ୍ତର୍ଗତରେ ଏହି ତାଲିମ ଶିବିରର ଆୟୋଜନ ହୋଇଛି ।

୨ ଦିନିଆ ଏହି ଶିବିରରେ ୪ ଜଣ ମେହେନ୍ଦି ପ୍ରଶିକ୍ଷକ ବିଭିନ୍ନ ଡିଜାଇନ ଶିଖାଇଥିଲେ । ପୋଲିସ କେମିତି ବସ୍ତି ବାସିନ୍ଦାଙ୍କ ସହ ମିଶି କାମ କରିପାାରିବେ, ସେ ନେଇ ଫୋକସ ଦେଇଛି ପୋଲିସ । ପୂର୍ବରୁ ଟ୍ୟାଲେଣ୍ଟଡ ଡେଭଲପମେଣ୍ଟ, କ୍ରୀଡ଼ା, ସ୍କିଲ ଡେଭଲପମେଣ୍ଡ ପାଇଁ ତାଲିମ ଦିଆଯାଇଛି । ଆଗକୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.