ଅଭିନେତା ଅୟସ କାନ୍ତ ସ୍ୱାଇଁଙ୍କ ଅକାଳ ବିୟୋଗରେ ସ୍ମୃତି ସଭା, ପୁଅର ପାଠ ପଢା ଓ ସ୍ତ୍ରୀଙ୍କୁ ଚାକିରୀ ପ୍ରତିଶ୍ରୁତି ଦେଲେ ଡ଼ ଅଚୁତ ସାମନ୍ତ

ଭୁବନେଶ୍ୱର : କିସ ଜଗନ୍ନାଥ ମନ୍ଦିର ପରିସରରେ କଳିଙ୍ଗ ଟିଭି ରଲୋକ ପ୍ରିୟ କାର୍ଯ୍ୟକ୍ରମର ଅଭିନେତା ଅୟସ କାନ୍ତ ସ୍ୱାଇଁ ଙ୍କ ଅକାଳ ବିୟୋଗରେ ଏକ ସ୍ମୃତି ସଭା ଆୟୋଜନ ହୋଇଯାଇଛି । ପୁରୀ ରଙ୍ଗଶାଳା ପକ୍ଷରୁ ଜାତୀୟ ନାଟକ ଉତ୍ସବ ଅନ୍ନପୂର୍ଣ୍ଣା ରଙ୍ଗ ମଞ୍ଚରେ ନାଟକ ଅଭ୍ୟାସ ସମୟରେ ଜୀବନ ହରେଇଥିଲେ ଅଭିନେତା ଅୟସକାନ୍ତ ସ୍ୱାଇଁ ତଥା କଳିଙ୍ଗ ଟିଭିର ଲୋକ ପ୍ରିୟ କାର୍ଯ୍ୟକ୍ରମ କଣ୍ଡୁରୀ ଜେଜ ।
ଏହି ପରିପ୍ରେକ୍ଷୀରେ ଅୟସକାନ୍ତଙ୍କ ସ୍ମୃତି ସଭା ଆୟୋଜନ କରିଥିଲା କଳିଙ୍ଗ ଟିଭି ଓ କାଦମ୍ବିନୀ ପତ୍ରିକା । ଅୟସକାନ୍ତ ସ୍ୱାଇଁଙ୍କ ଅକାଳ ବିୟୋଗ ପରେ ତାଙ୍କୁ ମନେ ପକେଇବା ପାଇଁ ‘ଏକାଠି ହୋଇଥିଲେ ସାହିତ୍ୟିକ, ନାଟ୍ୟ ନିର୍ଦେଶକ, ଅଭିନେତା, ଏବଂ କଳିଙ୍ଗ ଟିଭି ପରିବାର। କଳିଙ୍ଗ ଟିଭିର ଜଣାଶୁଣା ଚେହେରା କରୋନା ଜେଜେ ନାଟକ ମଞ୍ଚରେ ସଂଳାପ କହୁ କହୁ ସବୁଦିନ ପାଇଁ ନିରବି ଯାଇଛନ୍ତି ।
ଅୟସକାନ୍ତଙ୍କ ଅକାଳ ବିୟୋଗରେ କୀଟ କିସ ଓ କଳିଙ୍ଗ ଟିଭି ର ପ୍ରତିଷ୍ଠାତା ଡ଼ ଅଚୁତ ସାମନ୍ତ ଅୟସକାନ୍ତଙ୍କ ପାଇଁ ତାଙ୍କର ଅମର ଆତ୍ମାର ସଦଗତି ତଥା ଅମଳିନ ସ୍ମୃତି ଚାରଣ କରିବା ସହିତ ତାଙ୍କ ପୁଅର ପାଠ ପଢା ସହିତ ଅୟସ କାନ୍ତଙ୍କ ସ୍ତ୍ରୀଙ୍କୁ ଚାକିରୀ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । କଳିଙ୍ଗ ଟିଭିର cmd ହିମାଂଶୁ ଖଟୁଆ ଅୟସ କାନ୍ତଙ୍କ କଳିଙ୍ଗ ଟିଭିର ଚାକିରୀ ଜୀବନର ଅନୁଭୂତି ବିଷୟରେ କହିଥିଲେ।
ଆୟସକନ୍ତଙ୍କ ସହ ବିତାଇଥିବା ପ୍ରତିଟି ମୁହୂର୍ତ୍ତ ଏବଂ ନିଜର କାର୍ଯ୍ୟ ପ୍ରତି ସେ କେତେ ସମର୍ପିତ ଥିଲେ ଏବଂ ତାଙ୍କ ସଫଳତା ବିଷୟରେ ଆଲୋଚନା କରିବା ସହ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ । ଏହି ସ୍ମୃତି ସଭାରେ ଯୋଗ ଦେଇଥିଲେ କାଦମ୍ବିନୀ ପତ୍ରିକାର ସମ୍ପାଦକ ଡ଼ ଇତି ସାମନ୍ତ, ନାଟ୍ୟ ନିର୍ଦେଶକ ମନୋଜ ପଟନାୟକ, ଦର୍ପନାରାୟଣ ସେଠି, ମିହିର ମେହେର, ଅଭିନେତା ରବି ମିଶ୍ର, ଶକ୍ତି ବରାଳଙ୍କ ପରି ଅନେକ ସିନେ ବ୍ୟକ୍ତିତ୍ୱ ।