ମାଓବାଦୀ ନାଁରେ ଚିଠି ପଠାଇ ମାରିଦେବାକୁ ଦେଉଥିଲେ ଧମକ, ବାନ୍ଧିଲା ପୋଲିସ
ଜୟପୁର : ନକଲି ମାଓବାଦୀ । ଏକଥା ଶୁଣି ଆପଣଙ୍କୁ ଝଟକା ଲାଗିଲାନା । କିନ୍ତୁ ଏହି କଥା ବିଶ୍ୱାସ ନହେଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ । ମାଓବାଦୀ ନାଁରେ ଧମକ ଦେଇ ଠିକାଦାରଙ୍କୁ ଫୋନ କରି ଟଙ୍କା ଡିମାଣ୍ଡ କରିଥିଲେ । ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ବି ଧମକ ଦେଇଥିଲେ । କିନ୍ତୁ ତାଙ୍କର ଏହି ଚାଲାକି ବେଶୀ ଦିନ ତିଷ୍ଠି ନଥିଲା । ପୋଲିସ ନଜରରୁ ବଞ୍ଚିପାରି ନଥିଲା ତାଙ୍କର ଏହି କଳାକାରନାମା । ଶେଷରେ ଧରାପଡ଼ିଥିଲା । ଆଉ ବାନ୍ଧି ନେଇଥିଲା ପୋଲିସ ।
ଜୟପୁର ସଦର ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ ୨ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ଗତ ମାର୍ଚ୍ଚ ମାସରେ ମାଓବାଦୀ ନାରେ ଧମକ ଦେଇ ଠିକାଦାର ଙ୍କ ଫୋନ କରି ଟଙ୍କା ଡିମାଣ୍ଡ କରିଥିଲେ ଅଭିଯୁକ୍ତ । ଏମିତିକି ମାଓବାଦୀଙ୍କ ଲେଟରପାଡ ବ୍ୟବହାର କରି ଚିଠି ପଠାଇ ବାରମ୍ବାର ଧମକ ସହ ଠିକା କମ୍ପାନୀରେ କାମ କରୁଥିବା ସ୍ଥାନକୁ ଯାଇ ଧମକାଇବା ସହ ଟଙ୍କା ଡିମାଣ୍ଡ କରିଥିବା ନେଇ ଅଭିଯୋଗ କରିଥିଲେ ସମ୍ପୃକ୍ତ ଠିକାଦାର ।
ତେବେ ଘଟଣାରେ ଜୟପୁର ପୋଲିସ ତଦନ୍ତ କରିବା ବେଳେ ସେମାନଙ୍କ ଘର ବୈପାରିଗୁଡା ଓ ବିସିଂପୁର ବୋଲି ଜଣାପଡିଛି । ଜଣକ ନାଁରେ ପୂର୍ବରୁ ଅନ୍ୟ ଅପରାଧ ଓ ହତ୍ୟା ମାମଲା ଥିବା କହିଛନ୍ତି ଆଇପିଏସ ଅଙ୍କିତ । ସେମାନଙ୍କ ଠାରୁ ଗୋଟେ ବାଇକ,ମୋବାଇଲ ସିମ କାର୍ଡ ଜବତ କରିଛି ।
ତେବେ ସିମ ବିକ୍ରେତା ସଜାଗ ରୁହ ସବୁ ତଥ୍ୟ ଆଧାରକୁ ଦେଖି ସିମ ଦିଅନ୍ତୁ,କାରଣ କେଉଁ ସିମ କେତେବେଳେ କେଉଁଠି ଅପରାଧିକ କାର୍ଯ୍ୟ କଳାପ ରେ ବ୍ୟବହାର ହେଉଛି ତାହା ଧରାପଡିଲେ ଆପଣ ଦାୟୀ ହୋଇ ପାରନ୍ତି । ଏଭଳି କିଛି ସୂଚନା ସହ ନକଲି ମାଓବାଦୀ ଗିରଫ ଘଟଣାର ତଦନ୍ତ ପରେ କହିଛନ୍ତି ଜୟପୁର ଏସଡିପିଓ ଆଇପିଏସ ଅଙ୍କିତ ବର୍ମା ।
ସିମ ବିକ୍ରେତା ମାନେ ସଠିକ ଯାନ୍ଚ ଓ ତଥ୍ୟ ରଖି ସିମ ଦେବା ଆବଶ୍ୟକ । ଅପରାଧିକ ଧମକ କିମ୍ବା କିଛି ବି ଖବର ପାଇଲେ ନିର୍ଭୀକ ଭାବେ ପୋଲିସରେ ଅଭିଯୋଗ ସହ ପୋଲିସର ସମ୍ପୁର୍ଣ ସହଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇପିଏସ ଅଙ୍କିତ ବର୍ମା ।