ଘରେ ତାଲା ପକାଇ ପ୍ରେମିକ ପରିବାର ଛୁ’ : ଘର ଆଗରେ ପ୍ରେମିକାର ଧାରଣା

ଅନୁଗୁଳ : ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ରାତି ସାରା ଘର ଆଗରେ ଧାରଣା । ଅନୁଗୁଳ ଛେଣ୍ଡିପଦା ବାଗେଡିଆ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । କିଛି ଦିନ ତଳେ ଦୁଇ ଜଣଙ୍କ ମଧ୍ୟରେ ଚଣ୍ଡିଗଡ଼ରେ ପ୍ରେମ ସଂପର୍କ ଗଢି ଉଠିଥିଲା । କିଛି ଦିନ ପରେ ପ୍ରେମିକ, ପ୍ରେମିକାକୁ ନିଜ ଘରକୁ ନେଇ ଆସିଥିଲା । ହେଲେ ବିବାହ ପାଇଁ ପ୍ରେମିକଙ୍କ ପରିବାର ଲୋକ ରାଜି ହୋଇନଥିଲେ ଏବଂ ଯୁବତୀଙ୍କୁ ଘରୁ ବାହାର କରିଦେଇଥିଲେ । ଏନେଇ ଯୁବତୀ ଜଣଙ୍କ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି । ଏହା ପରେ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି । ହେଲେ ପ୍ରେମିକଙ୍କ ପରିବାର ଲୋକେ ଘର ତାଲା ପକାଇ କେଉଁଆଡେ ପଳାଇ ଯାଇଛନ୍ତି ।