ଲକଡାଉନରେ ପେଟ ଭୋକ ବୁଝିବାକୁ କେହି ନାହିଁ, ବଜାର ଓ ଛକରୁ ପଚା ସଢା ଖାଦ୍ୟ ଖାଇ ଭୋକ ମେଣ୍ଟାଉଛି ଅଜଣା ଯୁବକ

ଦେବଗଡ଼(କେନ୍ୟୁଜ): କରୋନା ମହାମାରିକୁ ରୋକିବା ପାଇଁ ସାରା ଦେଶ ଲକ ଡାଉନ ରହିଛି l ଦୋକାନ ବଜାର ବନ୍ଦ କାରଣରୁ ଖଟିଖିଆଙ୍କ ପାଇଁ ସରକାର ଜିଲ୍ଲା ପ୍ରଶାସନ ରନ୍ଧା ଖାଦ୍ୟ ଯୋଗାଉଛନ୍ତିl କିନ୍ତୁ କେତେକ ମାନସିକ ଭିନ୍ନକ୍ଷମ ଖାଦ୍ୟ ନପାଇ ଭୋକ ଜ୍ୱାଳାରେ ରାସ୍ତାରେ ପଡ଼ିଥିବା ପଚା ଶଢା ଖାଦ୍ୟ ଖାଉଥିବା ଦେଖିବା କୁ ମିଳିଛି l mental3ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ମୁଖ୍ୟ ବଜାର ଛକରେ l ଆଜି ଅପରାହ୍ନ ୧୨ଟା ସମୟରେ ଜଣେ ୩୦ ରୁ ୩୨ବର୍ଷୀୟ ମାନସିକ ଭିନ୍ନକ୍ଷମ ଯୁବକ ଦେବଗଡ଼ ମୁଖ୍ୟ ବଜାର ଛକରେ ଭୋକ ମେଣ୍ଟାଇବା ପାଇଁ କେତେକ ଫଳ ଦୋକାନୀ ଫିଙ୍ଗି ଦେଇଯାଇଥିବା ପଚା ଫଳକୁ ଗୋଟାଇ ଖାଉଥିବା ଦେଖିବାକୁ ମିଳିଥିଲା l

mental1ଯୁବକଟି ବସି ଖାଉଥିବା ସ୍ଥାନ ସମ୍ମୁଖରେ ଦୁଇଟି ଔଷଧ ଦୋକାନ ଖୋଲା ରହିଥିଲେ ମଧ୍ୟ ସେମାନେ କୌଣସି କୌଣସି ବାରଣ କରିଥିବାର ଦେଖିବାକୁ ମିଳିନଥିଲା l କେତେକ ଗଣ ମାଧ୍ୟମ ପ୍ରତିନିଧି ଏହା ଦେଖି ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଶ୍ରୀ ପ୍ରଧାନ ଘଟଣା ସ୍ଥଳକୁ ଯିବେ ବୋଲି ପ୍ରକାଶ କରିଥିଲେ l ତେବେ ଗରିବ, ଭିନ୍ନକ୍ଷମ, ଦିନ ମଜୁରିଆ ଓ ରୋଗୀଣାଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରନ୍ଧା ଖାଦ୍ୟ ବ୍ୟବସ୍ତା କରାଯାଉଥିଲେ ମଧ୍ୟ ପ୍ରକୃତ ଭୋକିଲାଙ୍କ ପେଟ ଏବେ ମଧ୍ୟ ଭୋକିଲା ରହୁଥିବା ଚିତ୍ର ରୁ ସ୍ପଷ୍ଟ ହୋଇଛି l

Leave A Reply

Your email address will not be published.