ମାନସିକ ବିକୃତ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ , ୧୩୨ଫୁଟ୍ ଉଚ୍ଚ ବିଦ୍ୟୁତ୍ ଟାୱାର ଉପରେ ଚଢି ଶୋଇଲେ

କେନ୍ଦୁଝର: ମାନସିକ ବିକୃତ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ । ୧୩୨ଫୁଟ୍ ଉଚ୍ଚ ବିଦ୍ୟୁତ୍ ଟାୱାର ଉପରେ ଚଢି ଶୋଇଲେ ଯୁବକ । କେନ୍ଦୁଝର ସଦର ବ୍ଲକ ପର୍ଜନପୁର ପଞ୍ଚାୟତ କଲଣ୍ଡା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଫଳରେ ନାକେଦମ୍ ହୋଇଥିଲେ ଲୋକେ । ବହୁ ଡକାଡକି ପରେ ବ୍ୟକ୍ତି ଜଣଙ୍କ ତଳକୁ ଓହ୍ଲାଇଲେ ।
ଗତକାଲି କଲଣ୍ଡା ଖେଳ ପଡିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ସ୍ଥାନୀୟ ଅମୃତପଡା ଗାଁର ନେତ୍ର ମୁଣ୍ଡା ସେଠାକୁ ଆସିଥିଲେ। ଏହି ସମୟରେ ସେ ଟାୱାର ଉପରକୁ ଚଢି ଉପରେ ଶୋଇ ପଡିଥିଲେ । ଲୋକେ ବୁଝା ସୁଝା କରିବା ପରେ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଥିଲେ । ଖବର ପାଇ ପଳାସପଙ୍ଗା ବିଟ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ଆହୁରି ପଢ଼ନ୍ତୁ : ବିଦ୍ୟୁତ୍ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍, ୧୨ ଯାତ୍ରୀ ଆହତ