ଅନୁଗୁଳ:ମାନସିକ ବିକାରଗ୍ରସ୍ତ ଯୁବକଙ୍କ ବାଚାଳାମି, ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜାକୁ ଚଢି କଲେ ଆତ୍ମହତ୍ୟା ଉଦ୍ୟମ

ଅନୁଗୁଳ(କେନ୍ୟୁଜ୍):  ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜାକୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଅଗ୍ନିଶମ ବିଭଗ ଓ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନକେଦାମ । ଶେଷରେ ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ ପରେ ଯୁବକକୁ ଉଦ୍ଧାର କରା ଯାଇ ପାରିଲା । ଆଜି ସକାଳ ପ୍ରାୟ ୧୦ଟା ବେଳେ ହଠାତ ଜଣେ ଯୁବକ  ପ୍ରସ୍ତାବିତ ୧୦୦ ଶଯ୍ୟା ବିଶିଷ୍ଟ ଆଇସିୟୁ ବିଲିଡ଼ିଂର ୩ ମହଲା ଉପରେ ଚଢ଼ି ସେଠାରେ ଥିବା ଝରକା ତାଜା ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯାହାକୁ ନେଇ ସମସ୍ତେ ଆଚମ୍ବିତ ହୋଇ ପଡ଼ିଥିବା ବେଳେ , ତୁରନ୍ତ ଚିକିତ୍ସାଳୟ କତ୍ତ୍‌ପକ୍ଷ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲା।  ପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ । ଦୀର୍ଘ ଦେଢ଼ ଘଣ୍ଟା ଧରି ଚାଲିଥିଲା ଏହି ରେସକ୍ୟୁ ଅପରେସନ ।

suicide attempt

ତଳେ ଏକ ଜାଲ ବିଛାଯିବା ସହ ଉପରକୁ ସିଡ଼ି ପକାଇ ଉଧାର କାର୍ଯ୍ୟ ଆରମ୍ଭ  ହୋଇଥିଲା । ଅନ୍ୟ ଏକ ଟିମ ସମ୍ପୃକ୍ତ ଯୁବକଙ୍କୁ ବୁଝା ସୁଝା ଉଦ୍ୟମ କରିଥିଲେ । ଶେଷରେ ଏକ ରସି ସାହାଯ୍ୟରେ ସମ୍ପୃକ୍ତ ଯୁବକଙ୍କୁ ଉଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଅଞ୍ଚଳର ଭଜମନ ଗୋଛୟତ । ସେ ଦୁଇ ବର୍ଷ ପୂର୍ବେ ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ଏବେ ସେ ମାନସିକ ବିକାରଗ୍ରସ୍ତ ଥିବା ବେଳେ ଦୁଇଦିନ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଆଜି ବାଥରୁମ ଝରକା ଦେଇ ସେ ଝରକା ତାଜାକୁ ଯାଇ ଏଭଳି ଉଦ୍ୟମ କରିଥିଲେ । ଶେଷରେ ତାଙ୍କୁ ଉଦ୍ଧାର ପରେ ପୁଣି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.