କିଟ୍ ବିଶ୍ୱବିଦ୍ୟାଳୟରେ ଖୋଲିବ ମର୍ସିଡିଜ୍ ବେଞ୍ଜ ସେଣ୍ଟର, ମାର୍ଚ୍ଚରେ ହୋଇଥିଲା ବୁଝାମଣାପତ୍ର ସ୍ୱାକ୍ଷର

କିଟ୍ ବିଶ୍ୱବିଦ୍ୟାଳୟରେ ମର୍ସିଡିଜ୍ ବେଞ୍ଜ ସେଣ୍ଟର ଖୋଲିବାକୁ ଯାଉଛି । ମଙ୍ଗଳବାର ପୂର୍ବାହ୍ନରେ ମର୍ସିଡିଜ୍ ବେଞ୍ଜର ଅଟୋମୋଟିଭ୍ ମେକାଟ୍ରୋନିକ୍ସ ଲର୍ଣ୍ଣିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟରକୁ ବେଞ୍ଜ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍ଟିନ୍ ସ୍ୱେଙ୍କ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ମର୍ସିଜିଜ୍ ବେଞ୍ଜର କଷ୍ଟମର ସର୍ଭିସେସ୍ ଭାଇସ୍ ପ୍ରେସିଡେଣ୍ଟ ଶେଖର ଭିଡେ, ସାଧାରଣ ପରିଚାଳକ ଯଦୁନାଥ କୁଲକର୍ଣ୍ଣି, କର୍ପୋରେଟ୍ କମ୍ୟୁନିକେସନ୍ ମ୍ୟାନେଜର ଛାୟା ତିଓ୍ଵାରୀ ପ୍ରମୁଖ ଉପସ୍ଥିତ ରହିବେ । ମର୍ସିଡିଜ୍ ବେଞ୍ଜ ପକ୍ଷରୁ ପୂର୍ବ ଭାରତରେ ଏହା ଏକମାତ୍ର ସେଣ୍ଟର । ଏହି ସେଣ୍ଟରରେ ଅଟୋମୋଟିଭ୍ ମେକାଟ୍ରୋନିକ୍ସ ଉଚ୍ଚତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯିବ । ଏନେଇ ଚଳିତ ବର୍ଷ ମାର୍ଚ୍ଚ ମାସରେ କିଟ୍ ଓ ମର୍ସିଡିଜ୍ ବେଞ୍ଜ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା