ରାଜ୍ୟ

ଶିମିଳିପାଳ ଅଭୟାରଣ୍ୟରେ ୩ ଡିଗ୍ରୀ କୁ ଖସିଲା ପାରଦ, ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି ଲୋକେ

କରଞ୍ଜିଆ (କେନ୍ୟୁଜ): ବଢ଼ିଚାଲିଛି ଶୀତ । କିଏ ନିଆଁ ଲଗାଇ ଶୀତ କମ କରିବାକୁ ଚେଷ୍ଟା କରୁଛି ତ କିଏ ଭୟଙ୍କର ଶୀତକୁ ଡରି ଘରୁ ବାହାରୁ ନାହିଁ । ଶୀତ ବସ୍ତ୍ର ପିନ୍ଧିଲେ ବି ଶୀତ ରୁ ବଞ୍ଚି ପାରୁ ନାହାନ୍ତି ଲୋକେ । ପବନ ଦେହରେ ଟିକେ ବାଜିଲେ ଦେହ ଥରେଇ ଯାଉଛି । ତେବେ ଏହାରି ଭିତରେ ମୟୁରଭଞ୍ଜ ଜିଲ୍ଲାରେ ତଳମୁହାଁ ହେଉଛି ପାରଦ । ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ । ଗତକାଲି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ କୁ ଖସିଥିବା ଶିମିଳିପାଳ ଡେପୁଟି ଡ଼ାଇରେକ୍ଟର ସାଇ କୀରଣ ଡି ଏନ ସୂଚନା ଦେଇଛନ୍ତି । ତେବେ ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି ।

କିନ୍ତୁ ଶୀତ ଦିନେ ପ୍ରକୃତିର ରୂପ ଦେଖିବା ପାଇଁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ପ୍ରକୃତି କୋଳରେ ଶୋଭା ପାଉଛି ଧରଣୀ ରାଣୀ । ସବୁଜ ଗଛ ଲତା ସାଙ୍ଗକୁ ପାହାଡ଼ରୁ ଝରୁଥିବା ଝରଣାର ଦୃଶ୍ୟ ସତରେ ମନୋଲୋଭା । ଶିମିଲିପାଳରେ ଶୀତ ଏତେ ଅଧିକ ବଢ଼ି ଯାଇଛି ସକାଳ ସମୟରେ କେବଳ କୁହୁଡ଼ି ରହୁଛି । ମୁହଁକୁ ମୁହଁ ଦିଶୁନି । ଶୀତ ଯେତେ ଅଧିକ ହେଉନା କାହିଁକି ପର୍ଯ୍ୟଟକ ମାନଙ୍କୁ ପ୍ରକୃତିର ଏ ଦୃଶ୍ୟକୁ ଉପଭୋଗ କରିବାରୁ କେହି ଅଟକାଇ ପାରିବେ ନାହିଁ । ହାଡ଼ ଭଙ୍ଗା ଶୀତରେ ବି ଶିମିଳପାଳର ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଶୀତ ଦିନ ପାଇଁ ଏଠାରେ ଶୀତ ବସ୍ତ୍ର ଦୋକାନ ପଡ଼ିଛି । ଲୋକମାନେ ଶୀତ ବସ୍ତ୍ର କିଣିବା ପାଇଁ ଭିଡ଼ ଲାଗାଇଛନ୍ତି । ଅନ୍ୟପଟେ ଦୋକାନୀ ମାନଙ୍କର ବି ଭଲ ଦୁଇ ପଇସା ରୋଜଗାର ହେଉଛି ।

ଶିମିଳିପାଳ ପାଦଦେଶରେ ଥିବା କରଞ୍ଜିଆ ଉପଖଣ୍ଡର ଯଶିପୁର,କରଞ୍ଜିଆ, ଶୁକୃଳି,ରରୁଆ, ଠାକୁରମୁଣ୍ଡା ଅଞ୍ଚଳରେ ହାଲୁକା କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ହାଡ଼ଭଙ୍ଗା ଶୀତ ଯୋଗୁଁ କିଛି ସ୍ଥାନରେ ଲୋକମାନେ ବାଧ୍ୟ ହୋଇ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି । ହାଡ଼ ଭଙ୍ଗା ଶୀତ ପାଇଁ ସକାଳ ଏବଂ ସନ୍ଧ୍ୟାରେ ରାସ୍ତାଘାଟ ଶୂନସାନ ହେଇଯାଉଛି । ଶୀତୁଆ ସକାଳର ଚା’ ଖଟିରେ ଲାଗିଛି ଲୋକଙ୍କ ଭିଡ଼ । ଚା’ ପିଇ ଲୋକମାନେ ଶୀତର ମଜା ନେଉଛନ୍ତି । ତେବେ ଏହି ଶୀତ ଆଗକୁ ଆହୁରି ବଢ଼ିବ ବୋଲି ପାଣି ପାଗ ବିଭାଗରୁ ସୂଚନା ମିଳିଛି ।

Subhalaxmi Das

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

45 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

51 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago