ଆଜିଠୁ ପୁଣି ବଢ଼ିବ ପାରଦ: ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ହେବ ରାତ୍ରି ତାପମାତ୍ରା
ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପୁଣି ବଢ଼ିବ ପାରଦ । ଆଜିଠାରୁ ବୃଦ୍ଧିହେବ ରାତି ତାପମାତ୍ରା। ୨ରୁ ୩ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସାରା ଓଡ଼ିଶାରେ ଏହି ତାପମାତ୍ରା ପରିବର୍ତ୍ତନ ଘଟିବ ବୋଲି କହିଛି ପାଣିପାଗ ବିଭାଗ।
ଏହାସହ ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ଭୋର ସମୟରେ କୁହୁଡ଼ି ଲାଗି ରହିବ ବୋଲି କହିଛି ପାଣିପାଗ ବିଭାଗ। ତେବେ ସୁନ୍ଦରଗଡ଼ ସମେତ କନ୍ଧମାଳ, ସମ୍ବଲପୁର, ଝାରୁସୁଗୁଡ଼ାରେ ଶୀତ ଲହରୀ ଅନୁଭୂତ ହେଉଥିବାବେଳେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ ହୋଇଛି।