ଆଜି ସମସ୍ତ ୩୦ ଜିଲ୍ଲାରେ ଭୀଷଣ ବର୍ଷା, ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି

କେନ୍ୟୁଜ୍(ବ୍ୟୁରୋ):   ଅବପାତରେ ପରିଣତ ହେଲା ସୁଦୃଶ ଲଘୁଚାପ କ୍ଷେତ୍ର । ରାଜ୍ୟର ୮ଟି ସ୍ଥାନରେ ଅତିପ୍ରବଳ ବର୍ଷା ଓ ୪୪ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲା କୁସୁମଗୁଡ଼ାଠାରେ ସର୍ବାଧିକ ବର୍ଷ ୧୬୧ ମିଲିମିଟର ରେକର୍ଡ ହୋଇଛି। ନୟାଗଡ଼ରେ ୧୬୦.୨, ଗଞ୍ଜାମରେ ୧୪୨.୨, ଗଜପତିରେ ୧୪୧.୨ ମିଲିମିଟର ବର୍ଷା ହୋଇଛି । ଭୁବନେଶ୍ୱରରେ ୭୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଜି ସମସ୍ତ ୩୦ ଜିଲ୍ଲାରେ ଭୀଷଣ ବର୍ଷା ହେବ । ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । ୪ଟି ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ,୧୭ଟି ଜିଲ୍ଲାକୁ ଅରେଞ୍ଜ ଓ ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି । ଅବପାତ ପ୍ରଭାବରେ ଓଡିଶାର ସମସ୍ତ ବନ୍ଦର ପାରାଦୀପ, ପୁରୀ, ଚାନ୍ଦବାଲି ଏବଂ ଗୋପାଳପୁର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ ରହିବା ସହ ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ୱେଲମାର୍କଡ ଲୋ ପ୍ରେସର ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ୧୧ ତାରିଖ ଯାଏ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

ସେପେଟ ଆସୁଛି ଆଉ ଏକ ଲଘୁଚାପ । ୧୩ରୁ ପୁଣି ଲଘୁଚାପ ବର୍ଷା ହୋଇପାରେ । ପୁଣି ଲଘୁଚାପ ବର୍ଷା ହେଲେ ବନ୍ୟା ସ୍ଥିତି ଉପୁଜିପାରେ । ମାଲକାନଗିରିରେ ଆକସ୍ମିକ ବନ୍ୟା ସ୍ଥିତି ଦେଖାଦେଇଛି । ଗତ ଦୁଇ ଦିନ ପ୍ରବଳ ବର୍ଷାରେ ମାଲକାନଗିରିରେ ଆକସ୍ମିକ ବନ୍ୟା ସ୍ଥିତି ଦେଖାଦେଇଛି। ଦକ୍ଷିଣ ଓଡ଼ିଶାରେ ନାଗାବଳୀ, ବଂଶଧାରା, ଋଷିକୁଲ୍ୟା ଅବବାହିକାରେ ଭଲ ବର୍ଷା ହୋଇଥିବା ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ।

Leave A Reply

Your email address will not be published.