ଆସନ୍ତା ସପ୍ତାହରେ ଫେରିପାରେ ବର୍ଷା, ଆକଳନ କଲା ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ): ପୁଣି ଲଘୁଚାପ ସମ୍ଭାବନା । ଆସନ୍ତା ସପ୍ତାହରେ ଫେରିପାରେ ବର୍ଷା । ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶୁକ୍ରବାର କିମ୍ବା ସପ୍ତାହ ଶେଷ ଆଡ଼କୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଲଘୁଚାପ କ୍ଷେତ୍ର ଦୁର୍ବଳ ରହିଲେ ମଧ୍ୟ ଏହାର ପ୍ରଭାବରେ ବର୍ଷା ହେବ । ଶ୍ରୀଲଙ୍କା ଓ ଦକ୍ଷିଣ ଭାରତରେ ଆସନ୍ତା ସପ୍ତାହରେ ବର୍ଷା ହେବ। ସେପଟେ ପଶ୍ଚିମା ଝଡ଼ ଯୋଗୁଁ ଉତ୍ତର ପଶ୍ଚିମ ଭାରତରେ ତୁଷାରପାତ ଓ ବର୍ଷାର ସମ୍ଭାବନା ରହିଛି। ଆମେରିକା ଆକ୍ୟୁୱେଦର ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସ ଏହି ପୂର୍ବାନୁମାନ କରିଛନ୍ତି।

ଏପଟେ ରାଜ୍ୟରେ ମାଘରେ ଶୀତ ଗାଏବ । ବଦଳୁଛି ପାଣିପାଗ । କମିଛି ଶୀତ । ମାଘରୁ ମାଡ଼ି ଆସିଲାଣି ଖରା । ବିଭିନ୍ନ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ୪ ଡିଗ୍ରୀ ସେଲସିୟସ ଉପରେ ପାରଦ । ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ବି ପାଖାପାଖି ୩୨ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ଆଗାମୀ ୪-୫ ଦିନରେ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏବେ ବାୟୁମଣ୍ଡଳରେ ସାମୁଦ୍ରିକ ବାୟୁର ପ୍ରଭାବ ନାହିଁ । ଏଥିପାଇଁ ରାଜ୍ୟରେ ତାପମାତ୍ରା ବଢୁଛି । ଦିନ ତାପମାତ୍ରା ଆହୁରି ବଢ଼ିବ । ପୂର୍ବ ବର୍ଷ ଅପେକ୍ଷା ଏଥର ଅଧିକ ତାତି ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.