୨୪ ଘଣ୍ଟା ଭିତରେ ରାଜ୍ୟର କିଛି ସ୍ଥାନରେ ହେବ ହାଲୁକାରୁ ମଧ୍ୟମ ଧରଣର ବର୍ଷା

କେନ୍ୟୁଜ୍(ବ୍ୟୁରୋ): ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି, କୋରାପୁଟ ଓ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପାଗ ଶୁଖିଲା ରହିବ । ସେହିପରି ଗଂଜାମ, କନ୍ଧମାଳ, ମୟୂରଭଞ୍ଜରେ ଘଡ଼ଘ଼ଡ଼ି ସହ ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେହିପରି ୨୪ ଓ ୨୫ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଆସନ୍ତା ୪-୫ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠୁ ୩ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି । ସେହିପରି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠୁ ୨ ଡିଗ୍ରୀ ସେଲସିୟସ ବଢ଼ିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.