ଗରମ ଭିତରେ ମିଳିବ ଆଶ୍ବସ୍ତି, ୨୦ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): କେଉଁଠି ତାତି ତ କେଉଁଠି ବର୍ଷା। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରାରେ ସିଝୁଛି ଅଧା ଓଡ଼ିଶା । ୧୫ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ସେଠାରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

ସେହିପରି ବଲାଙ୍ଗିରରେ ୪୩ ଡିଗ୍ରୀ, ଅନୁଗୋଳରେ ୪୨ ଦଶମିକ ୭ ଡିଗ୍ରୀ ସେଲସିୟସ୍‌ ରହିଛି ପାରଦ । ଝାରସୁଗୁଡ଼ାରେ ୪୨ ଦଶମିକ ୬ ଏବଂ ବୌଦ୍ଧ ଓ ସୁନ୍ଦରଗଡ଼ାରେ ୪୨ ଦଶମିକ ୫ ଡିଗ୍ରୀ ସେଲସିୟସ୍‌ ଲେଖାଏ ରହିଛି ତାପାମାତ୍ରା । ସେପଟେ ଗତକାଲି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ୨୦ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୫ଦିନ ଯାଏ ସର୍ବୋଚ୍ଚ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ । ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.