ରାଜ୍ୟରେ କମୁଛି ରାତିର ତାପମାତ୍ରା: ଘନକୁହୁଡ଼ି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ କମୁଛି ରାତିର ତାପମାତ୍ରା। ଗତ ୨୪ ଘଣ୍ଟାରେ ରାତିର ତାପମାତ୍ରା ଗୋଟିଏ ଦୁଇଟି ସ୍ଥାନରେ ୧ରୁ ୨ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ଆଗାମୀ ୨ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ ସମତଳ ଅଞ୍ଚଳରେ କେନ୍ଦୁଝର ଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାର୍ବତ୍ୟାଞ୍ଚଳରେ ଦାରିଙ୍ଗିବାଡ଼ି ଠାରେ ତାପମାତ୍ରା ୧୦.୫ ଡିଗ୍ରୀ ରହିଛି।

ଆଗାମୀ ୫ଦିନ ଯାଏ ପାଗ ଶୁଖିଲା ରହିବ। ୩ଦିନ ଯାଏ ସକାଳୁଆ କୁହୁଡ଼ି ଦେଖାଯିବ। କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଓ ଆଉ କେତେକ ସ୍ଥାନରେ ଘନକୁହୁଡିର ସମ୍ଭାବନା ରହିଛି। ଘନକୁହୁଡ଼ି ପାଇଁ ଆସନ୍ତାକାଲି ଓ ୧୯ ତାରିଖରେ ୯ଟି ଲେଖାଏଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି।