୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଜିଠୁ ୫ତାରିଖ ଯାଏ ପାଗ ସ୍ୱାଭାବିକ ରହିବ। ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ। ଆଜିଠୁ ତାପମାତ୍ରା ବୃଦ୍ଧି ଘଟିବ। ତାପମାତ୍ରା ୩ରୁ ୫ଡିଗ୍ରି ସେଲ୍‌ସିୟସ ବୃଦ୍ଧି ପାଇପାରେ। ଆଗକୁ ଅସହ୍ୟ ତାତି। ପ୍ରବଳ ଗ୍ରୀଷ୍ମପ୍ରବାହରେ ସନ୍ତୁଳି ହେବ ଦେଶର ଅଧିକାଂଶ ଭାଗ।

କେନ୍ୟୁଜ୍(ବ୍ୟୁରୋ):  ଆଜିଠୁ କମିବ ପଶ୍ଚିମା ଝଡ଼ର ପ୍ରଭାବ। ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଜୁଳି ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜିଠୁ ୫ତାରିଖ ଯାଏ ପାଗ ସ୍ୱାଭାବିକ ରହିବ। ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ। ଆଜିଠୁ ତାପମାତ୍ରା ବୃଦ୍ଧି ଘଟିବ। ତାପମାତ୍ରା ୩ରୁ ୫ଡିଗ୍ରି ସେଲ୍‌ସିୟସ ବୃଦ୍ଧି ପାଇପାରେ।

ଆଗକୁ ଅସହ୍ୟ ତାତି। ପ୍ରବଳ ଗ୍ରୀଷ୍ମପ୍ରବାହରେ ସନ୍ତୁଳି ହେବ ଦେଶର ଅଧିକାଂଶ ଭାଗ। ଏପ୍ରିଲରୁ ଜୁନ ମଧ୍ୟରେ କେନ୍ଦ୍ରୀୟ ଭାରତ ସହ ପୂର୍ବ ଓ ଉତ୍ତର ପୂର୍ବ ଭାଗରେ ଅଧିକ ଗ୍ରୀଷ୍ମ ପ୍ରବାହ ନେଇ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବ ଓ ହରିଆଣାରେ ସ୍ୱାଭାବିକ ଠାରୁ ଅଧିକ ଗରମ ଅନୁଭୂତ ହେବ ବୋଲି କହିଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର।