ଆସନ୍ତା ୨୪ ଘଣ୍ଟାରେ ଦୁଇଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା,ସୁବର୍ଣ୍ଣରେଖାରେ ବଢ଼ିପାରେ ଜଳସ୍ତର

ଭୁବନେଶ୍ବର(କେନ୍ୟୁଜ୍): ବଙ୍ଗୋପସାଗରରେ ସକ୍ରିୟ ରହିଛି ୱେଲ ମାର୍କଡ ଲୋ-ପ୍ରେସର । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦୁଇଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସୁବର୍ଣ୍ଣରେଖାରେ ବଢ଼ିପାରେ ଜଳସ୍ତର । ତଳି ଅଞ୍ଚଳ ଜଳବନ୍ଦୀ ହେବା ସମ୍ଭାବନା ରହିଛି ।

ସେହିପରି ୯ ଜିଲ୍ଲା ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି । ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅକ୍ଟୋବର ୧ ତାରିଖରୁ କମିବ ବର୍ଷା । ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ଯାଏ ଉତ୍ତର ପଶ୍ଚିମବଙ୍ଗ ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ୪୦-୫୦ କିଲୋମିଟର ବେଗରେ ବହିପାରେ ପବନ । ଏଥିପାଇଁ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । .

Leave A Reply

Your email address will not be published.